ଭର୍ତ୍ତୃହରିଙ୍କ  ଆଶୀର୍ବାଦ ନେଲେ ଅନୁଭବ,ତେବେ କାହିଁକି ?

ରଙ୍ଗର ପର୍ବ ହୋଲି। ଏହି ଦିନରେ ସମସ୍ତେ ପର ଆପଣା ଭେଦଭାବ ଭୁଲି ପରସ୍ପରକୁ ରଙ୍ଗ ଲଗାଇଥାନ୍ତି। ଏହି ଅବସରରେ କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ସହ ହୋଲି ଖେଳି ଆର୍ଶୀବାଦ ନେଇଚନ୍ତି କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି। କିନ୍ତୁ ଭର୍ତ୍ତୃହରି ବିଜେଡ଼ିରୁ ଇସ୍ତଫା ଦେବା ପରେ କୌଣସି ବିଜେଡ଼ି ନେତା ନିମନ୍ତ୍ରଣ ରକ୍ଷା କରି ଆସିନଥିବା ଅନୁମାନ। ସେହିଭଳି ଇସ୍ତଫା ଦେବା ପରେ କେଉଁ ଦଳରେ ସାମିଲ ହେବେ ସେ ନେଇ କଳ୍ପନା ଲାଗି ଥିବା ବେଳେ ଏତେ ସଂଖ୍ୟକ ବିଜେପି ନେତା ମାନଙ୍କର ଉପସ୍ଥିତି ଏକ ପ୍ରକାରର ଭର୍ତ୍ତୃହରି ବିଜେପିରେ ମିଶିବାର ସଙ୍କେତ ଦେଇଛି।

ସେହିଭଳି ହୋଲିକା ଦହନ ଉପାଖ୍ୟାନ ଶୁଣାଇବା ସହ ଜନତା ଚାହୁଁଛନ୍ତି ମୁଁ ନିର୍ବାଚନ ଲଢ଼େ ଓ ଖୁବ୍ ଶୀଘ୍ର ଏହାର ଉତ୍ତର ପାଇବେ ବୋଲି କହିଛନ୍ତି ଭର୍ତ୍ତୃହରି ମହତାବ।ତେବେ ନିକଟରେ ଭର୍ତ୍ତୃହରି ବିଜେଡି ଛାଡ଼ିଥିବା ବେଳେ ଅନୁଭବ ମହାନ୍ତିଙ୍କୁ ନେଇ ଚର୍ଚ୍ଚା ହେଉଛି ।ଏଭଳି ଏକ ସମୟରେ ଭର୍ତ୍ତୃହରି ଅନୁଭବଙ୍କ ମିଳନ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। କଟକରେ ଦୋଳପୂର୍ଣ୍ଣିମା ଅବସରରେ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ । ଏହି ସମୟରେ ଭର୍ତ୍ତୃହରି ମହତାବଙ୍କୁ ମୁଣ୍ଡିଆ ମାରି ସେ ଆଶୀର୍ବାଦ ନେଇଛନ୍ତି। ଯଦିଓ ଏହା ଦୋଳପୂର୍ଣ୍ଣିମା ଅବସରରେ ଔପଚାରିକା ଦୃଷ୍ଟିରୁ ଦୁଇ ନେତା ପରସ୍ପରକୁ ଭେଟିଛନ୍ତି, ତେବେ ସମୟ କହିବ ଆଗକୁ କଣ ହେବ ?