ଭାଇବୋହୂଙ୍କ ସହ ଡ୍ୟାନ୍ସ କଲେ ସଲମାନ ଖାଁନ

ବଲିଉଡ୍‌ ଅଭିନେତା ଅରବାଜ ଖାନ ମେକଅପ କଳାକାର ଶୌରା ଖାନଙ୍କୁ ୨୪ ଡିସେମ୍ବରରେ ବିବାହ କରିଛନ୍ତି। ଏହା ତାଙ୍କର ଦ୍ୱିତୀୟ ବିବାହ ଅଟେ । ଅରବାଜ-ଶୌରାଙ୍କ ବିବାହ ଭଉଣୀ ଅର୍ପିତା ଖାନଙ୍କ ଘରେ ହୋଇଥିଲା। ଯେଉଁଥିରେ ପୁରା ପରିବାର ସହ କିଛି ଘନିଷ୍ଠ ବନ୍ଧୁ ଏବଂ ପୁଅ ଅରହାନ ମଧ୍ୟ ଯୋଗ ଦେଇଥିଲେ। ବିବାହ ପରେ ମୁକ୍ତିଲାଭ କରିଥିବା ପ୍ରଥମ ଫଟୋ ଦୁହେଁ ବହୁତ ସୁନ୍ଦର ଦେଖାଯାଉଛନ୍ତି । ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଯେଉଁଥିରେ ଭାଇଜାନ ଅର୍ଥାତ୍ ସଲମାନ ଖାନ ଶୁରାଙ୍କ ସହ ନାଚୁଥିବାର ନଜର ଆସିଛନ୍ତି।ସଲମାନ ଖାନ ଧୂସର ରଙ୍ଗର କୁର୍ତ୍ତା-ପାଇଜାମା ପିନ୍ଧି ଭାଇ ଅରବାଜଙ୍କ ବିବାହରେ ପହଞ୍ଚିଥିଲେ। ସଲମାନ ଭାଇବୋହୂ ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନଙ୍କ ସହ ‘ଦିଲ ଦିୟାଁ ଗାଲାଁ’ରେ ଏକ ଜବରଦସ୍ତ ଡ୍ୟାନ୍ସ କରିଥିଲେ। ସଲମାନ ଖାନଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି।