ଭାଇରାଲ ଆଟାକ୍‌ର ଶିକାର ହେଲେ Alka Yagnik

ପ୍ରସିଦ୍ଧ ଗାୟିକା ଅଲ୍‌କା ୟାଗ୍ନିକ ବିରଳ ସ୍ଵାସ୍ଥ୍ୟ ସମସ୍ୟାରେ ପୀଡ଼ିତ। ପ୍ରାୟ ୪ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ନିଜ ଗୀତ ଜରିଆରେ ଲୋକଙ୍କ ମନୋରଞ୍ଜନ କରି ଆସୁଥିବା ଅଲ୍‌କା ୟାଗ୍ନିକ ସାମାଜିକ ଗଣମାଧ୍ୟମ ଜରିଆରେ ନିଜେ ଏନେଇ ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ଶୁଣିବାକୁ ସକ୍ଷମ ନୁହଁନ୍ତି। ଭାଇରାଲ ଆକ୍ରମଣ ପରେ ସେ ଏହି ସମସ୍ୟାର ଶିକାର ହୋଇଥିଲେ ଏବଂ ଦିନେ ବିମାନରୁ ବାହାରକୁ ଆସିବା ପରେ ସେ ଅନୁଭବ କରିଥିଲେ ଯେ ସେ ଶୁଣିବାକୁ ଅସମର୍ଥ।

ତାଙ୍କ ସମସ୍ୟା ବିଷୟରେ ସୂଚନା ଦେବାବେଳେ ଅଲକା ତାଙ୍କ ପ୍ରଶଂସକ ଏବଂ ସାଥୀ କଳାକାରମାନଙ୍କୁ ଉଚ୍ଚ ତଥା ଲାଉଡ୍‌ ସଙ୍ଗୀତରୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ ।ନିଜ ସ୍ଵାସ୍ଥ୍ୟ ସମୟରେ ସୂଚନା ଦେଇ ଅଲ୍‌କା ଲେଖିଛନ୍ତି, କିଛି ସପ୍ତାହ ପୂର୍ବରୁ ଏକ ବିମାନରୁ ଓହ୍ଲାଇବା ପରେ ହଠାତ୍ ତାଙ୍କ ଶ୍ରବଣ ଶକ୍ତି କମିଯାଇଥିବା ସେ ଅନୁଭବ କଲେ। ଆହୁରି କହିଛନ୍ତି ଯେ, କିଛି ସପ୍ତାହ ଧରି ଏହାକୁ ସ୍ଵୀକାର କରିବାକୁ ସାହସ ଜୁଟାଇବା ପରେ ସେ ବର୍ତ୍ତମାନ ଲୋକମାନଙ୍କୁ ଏ ବିଷୟରେ ଜଣାଇବାକୁ ଚାହୁଁଛନ୍ତି, ଯେଉଁମାନେ କିଛିଦିନ ଧରି ତାଙ୍କ ଅନୁପସ୍ଥିତିକୁ ନେଇ ଚିନ୍ତିତ ଥିଲେ। ସେ ଲୋକମାନଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି।