ଭାଗବତ ଚେତନା ପରିଷଦର ବରିଷ୍ଠ ସଦସ୍ୟଙ୍କ ପରଲୋକ

ଜଗତସିଂହପୁର ତା=12/8/25 ଜଗତସିଂହପୁର ପୋୖରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୧୦ ଜୟବଡ଼ ନିବାସୀ ସୁଖେନ ଚକ୍ରବର୍ତ୍ତୀଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୁଷମା ଭଟ୍ଟାଚାର୍ଜ୍ୟ, ଝିଅଜ୍ୟୋଇଁ, ନାତି ନାତୁଣୀ ଏବଂ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ସ୍ୱର୍ଗତ ଚକ୍ରବର୍ତ୍ତୀ ଶିକ୍ଷକତା ବୃତ୍ତିରୁ ଅବସର ନେବାପରେ ଶ୍ରୀଜଗନ୍ନାଥ ଭାଗବତ ଚେତନା ପରିଷଦ ସହିତ ଜଡିତ ରହି ଶ୍ରୀମଦ ଭାଗବତର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରୁଥିଲେ । ପ୍ରତିଦିନ ସନ୍ଧ୍ୟାରେ ଜୟବଡ଼ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଭାଗବତ ପଠନ ଓ ଆଧ୍ୟାତ୍ମିକ ଆଲୋଚନାରେ ସ୍ୱର୍ଗତ ଚକ୍ରବର୍ତ୍ତୀ ନିୟମିତ ଅଂଶଗ୍ରହଣ କରି ଆସୁଥିଲେ । ଏଥିସହିତ ଶ୍ରୀଜଗନ୍ନାଥ ବରିଷ୍ଠ ନାଗରିକ ମଞ୍ଚର ସେ ଜଣେ ସକ୍ରିୟ ସଦସ୍ୟ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ନାତି ଓମ ଠାକୁର ମୁଖାଗ୍ନି ଦେଇଥିଲେ । ସୁଖେନ ଚକ୍ରବର୍ତ୍ତୀଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଥିଲେ ।ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ