ଭାଗବତ ଜନ୍ମ ବିଷୟ ରେ କିଛି କଥା…

ଭାଗବତ ଜନ୍ମ ଶୁଭେଚ୍ଛା ଓ ଶୁଭ କାମନା ।।
ଅତିବଡୀ ଜଗନ୍ନାଥ ଦାସ ସଂସ୍କୃତ ଭାଗବତର ଅନୁବାଦ କରୁଥିଲାବେଳେ ତାଙ୍କର ଜଣେ ତେଲି ମହାଜନ ଭକ୍ତ, ତାଙ୍କ ମାତା ଓ ପିଲାକୁଟୁମ୍ବଙ୍କୁ ପାଳନ ପୋଷଣ କରୁଥିଲେ।ତାସହିତ ଏତେବଡ ଗ୍ରନ୍ଥକୁ ଲେଖିବା,ସଂଶୋଧନ କରିବା ଓ କ୍ରମାନ୍ବୟରେ ସେ ପୋଥିସବୁକୁ ସଜାଡି ରଖିବାରେ ସେ ତେଲି ମହାଜନ ତାଙ୍କୁ ସାହାଯ୍ୟ କରୁଥିଲେ ଓ ତାଙ୍କ ନିଜ କାମ ଓ ବ୍ୟବସାୟ ପ୍ରଭୃତି କାର୍ଯ୍ୟରେ ନିଜ ଗ୍ରାମକୁ ଓ ବାହାର ଜାଗାକୁ ଗଲେ ଜଣେ ଲୋକଙ୍କୁ ଜଗନ୍ନାଥ ଦାସଙ୍କ ନିକଟରେ ଜଣେଲୋକ ପଇସା ଦେଇ ନିଯୁକ୍ତ କରୁଥିଲେ।ଦାସେ ଶ୍ରୀମନ୍ଦିରର ବଟଗଣେଶଙ୍କ ନିକଟରେ ଭାଗବତ ଲେଖୁଥିଲେ।ସେଠି ଜାତିଭେଦ ଓ ଛୁଆଁ ଅଛୁଆଁ ବାରଣ ପ୍ରାୟ ନ ଥିଲା ଯାହା ପ୍ରତ୍ୟହ ଲେଖୁଥିଲେ ତାହା ସେହିଦିନହିଁ ପାରାୟଣ କରାଯାଉଥିଲା।

ମାତ୍ର ବ୍ରାହ୍ମଣସମାଜ ସଂସ୍କୃତ ଭାଗବତକୁ
ପ୍ରାକୃତ ବା ଓଡିଆଭାଷାରେ ଅନୁବାଦ ତଥା ପଠନକୁ ଘୋର ବିରୋଧ କରୁଥିଲେ।ତେଣୁ ସେମାନେ ଦାସଙ୍କ ଓଡିଆ ଭାଗବତକୁ ତେଲି ଭାଗବତ ବୋଲି କହୁଥିଲେ।ଏପରିକି ଦାସଙ୍କ ଭାଗବତ ରାଜସ୍ୱିକୃତି ଲାଭକଲାପରେ ବି ବ୍ରାହ୍ମଣ ଶାସନମାନଙ୍କରେ ତାହା ସଂପୂର୍ଣ୍ଣ ନିଷିଦ୍ଧ ଥିଲା।କିଛି ବ୍ରାହ୍ମଣ ଦାସଙ୍କୁ ସମର୍ଥନ ଦେବାସହ ଭାଗବତ ପଠନ ପାରାୟଣ କରିବା ଫଳରେ ନିରକ୍ଷର, ମହିଳା ଓ ଅନ୍ୟାନ୍ୟ ଅସବର୍ଣ ଆଦି ଜାତି ତାହା ଶୁଣିଲେ ଓ ସହଜରେ ବୁଝି ପାରିଲେ ।ତେଣୁ ଶାସନ ଓ କରବାଡମାନଙ୍କରେ ଭାଗବତ ପାରାୟଣ କରିଥିବା ବ୍ରାହ୍ମଣମାନଙ୍କୁ ଏକଘରିଆ କରିବା,ତାଙ୍କୁ ଗାଁ ବାହାରକୁ ତଡିବା ତଥା ସେମାନଙ୍କ ଘରେ ଝିଅ ପୁଅ ବିବାହ ମଧ୍ୟ ନିଷିଦ୍ଧ କରିଥିଲେ।ସେଥିପାଇଁ ଦାସେ ଓ ତାଙ୍କ ଅନୁଗତ ତଥା ତାଙ୍କ ମୃତ୍ୟୁର ଶହଶହ ବର୍ଷପରେ ବି ଓଡିଆ ଭାଗବତକୁ ଜ୍ଞାନୀ ବ୍ରାହ୍ମଣସମାଜ ନିଷିଦ୍ଧକରି ରଖିଥିଲେ।ମାତ୍ର ତାହା ପରବର୍ତ୍ତୀ ଅବସ୍ଥାରେ ସମାଜରେ ସାର୍ବଜନୀନ ଆଦୃତି ଲାଭକଲା।।


ସେହି ନବାକ୍ଷରୀ ବୃତ୍ତ ରେ ଭାଗବତ ପୁରାଣ ଗ୍ରନ୍ଥ ସାରା ଜଗତରେ ଶ୍ରୀମଦ୍ ଭାଗବତ ପୁରାଣ ଗ୍ରନ୍ଥ ଭାବରେ ସର୍ବାଧିକ ଲୋକପ୍ରିୟତା ଲାଭ କରିଛି ଏବଂ ଜଗନାଥ ଦାସ ଙ୍କ ଏହି ଅମୂଲ୍ୟ ଗ୍ରନ୍ଥ ପ୍ରତ୍ୟେକ ଜୀବ ନିମନ୍ତେ ମୋକ୍ଷ ଓ ନିର୍ବାଣର ମାର୍ଗ ହୋଇଯାଇଛି। ଭକ୍ତି , ଭାବନା ,ବିଶ୍ବାସ ଓ ସଂପୂର୍ଣ୍ଣ ସର୍ମପଣ ଭାବ ର ସହିତ ଶ୍ରୀମଦ୍ ଭାଗବତ ପୁରାଣ ଗ୍ରନ୍ଥ ପଠନ ଓ ଶ୍ରବଣ ଦ୍ଵାରା ପ୍ରତ୍ୟେକ ଜୀବ ଓ ମାନବ ମୋକ୍ଷ ଲାଭ କରିଥାଏ । ପ୍ରତ୍ୟେକ ଟି ସ୍ବାଭିମାନୀ ଓଡିଆ ର ଅସ୍ମିତା, ଗର୍ବ ଓ ଗୌରବ ର ଅକ୍ଷୟ ଅମୂଲ୍ୟ ଗାଥା ଶ୍ରୀମଦ୍ ଭାଗବତ କଥା ।।
ଜୟଜଗଦୀଶ ହରେ ଜୟ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ 🙏