ଭାଙ୍ଗିଲା କଲେଜ ଛକ ଲାଇଟ ଗେଟ
କଟକରେ ଲଘୁଚାପ ଜନିତ ବର୍ଷା ଓ ପବନରେ ଭାଙ୍ଗିଲା କଲେଜ ଛକ ଲାଇଟ ଗେଟ ।ଫଳରେ ରାଣୀହାଟରୁ କଲେଜ ଛକ ରାସ୍ତା ଅବରୋଧ ହେବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର ଓ ପ୍ରଶାସନର ସଠିକ ଅନୁଧ୍ୟାନର ଅଭାବ ଯୋଗୁଁ ଏଭଳି ସ୍ଥିତି ଦେଖିବାକୁ ମିଳିଛି କଟକ ସହରରେ ।ଯେଉଁସବୁ ଗେଟ ନିର୍ମାଣ ହେବ ତାହାର ପର୍ଯ୍ୟାୟ କ୍ରମେ ଅନୁଧ୍ୟାନ କରିବାର ଥିଲା । ଟେକନିକାଲ ଟିମ ଏଥିପାଇଁ ଗଠନ କରିଛି ଜିଲ୍ଲା ପ୍ରଶାସନ । କିନ୍ତୁ ସେହି କମିଟି ତାର ଅନୁଧ୍ୟାନ କରି ନାହିଁ । ଅନ୍ୟ ପଟରେ ବାଉଁଶ ଗେଟରେ କେବଳ ଲାଇଟ ସାଜସଜ୍ଜା ନ ରହି ବଡ଼ ବଡ଼ ହୋଡ଼ିଂ ଲାଗିଛି । ଯାହାକି କଟକ ସହରର ତୋରଣ ଭାଙ୍ଗିବାର ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପେଟ ପୂର୍ବ ବର୍ଷ ପରି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଗସ୍ତରେ ଯାଇ ସେଠାରେ ପୂଜା ମଣ୍ଡପ ପରିଦର୍ଶନ କରୁଛନ୍ତି। ରୌପ୍ୟ ନଗରୀର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ । ପୂଜା ମଣ୍ଡପରେ ସେ ଲୋକଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ। ତେବେ ଏହାପରେ ଗୋପାଳପୁର, ଚାଉଳିଆଗଞ୍ଜ, ଖାନନଗର ଭଳି କଟକର ୩୩ଟି ପୂଜାମଣ୍ଡପ ପରିଦର୍ଶନ କରିପାରନ୍ତି ମୁଖ୍ୟମନ୍ତ୍ରୀ ।
