ଭାଜପାରେ ମିଶିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର

୨୦୦୯ ଓ ୨୦୧୪ରେ ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ର ୨୦୧୯ରେ ନିର୍ବାଚନ ଲଢି ନ ଥିଲେ । କିନ୍ତୁ ୨୦୨୪ରେ ବିଜେଡି ମୁଖିଆ ସୁଯୋଗ ଦେଲେ ନିହାତି ଲଢିବେ ବୋଲି ସେ କହିଥିଲେ । ତେବେ କିଛି ମାସ ତଳେ ସିଦ୍ଧାନ୍ତ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ସକ୍ରିୟ ଥିଲେ। କିନ୍ତୁ ପରେ ନିଜକୁ ସବୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିଥିଲେ। ହେଲେ ଏବେ ନିକଟରେ ସେ ନିର୍ବାଚନ ଲଢ଼ିବା ନେଇ ଇଚ୍ଛା ପ୍ରକାଶ କରିଥିଲେ। ତେବେ ପ୍ରତ୍ୟକ୍ଷରେ ନହେଲେ ବି ସେ ପରୋକ୍ଷରେ ବିଜେଡି ପ୍ରତି ଅସନ୍ତୁଷ୍ଟ ଥିଲେ ।

କିନ୍ତୁ ଆଜି ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ ହୋଇଛନ୍ତି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସଭାପତି ମନମୋହନ ସାମଲ ଉପସ୍ଥିତ ଥିଲେ।