ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଦିଲ୍ଲୀରେ ନଡ୍ଡାଙ୍କୁ ସାକ୍ଷାତ କଲେ ମୋହନ ଚରଣ ମାଝୀ । ସାଙ୍ଗଠନିକ ବିଷୟରେ ଆଲୋଚନା ହୋଇଥିବା କହିଲେ ସିଏମ୍ ।ଏହାସହିତ ରାଜନୈତିକ ସ୍ଥିତି ଓ ଭବିଷ୍ୟତରେ କାର୍ଯ୍ୟପନ୍ଥା ଉପରେ ବିସ୍ତୁତ ଆଲୋଚନା ହୋଇଛି । ଦଶହରା ଶେଷ ହେବା ପରେ ଏବେ ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ଚର୍ଚ୍ଚା ଜୋର ଧରିଛି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ତେବେ ଏହି ୨ ଦିନର ରହଣି ମଧ୍ୟରେ ସେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସାଂଗଠନିକ ଦିଗକୁ ନେଇ ବରିଷ୍ଠ ନେତାଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ଜଣାପଡ଼ିଛି।
