‘ଭାବିଜୀ ଘରପେ ହୈ’ର ଫେମ୍‌ ଶୁଭାଙ୍ଗୀ ଆତ୍ରେ ଙ୍କ ବିବାହ ବିଚ୍ଛେଦ।

ଟିଭି ସିରିଏଲ ‘ଭାବୀ ଜୀ ଘର୍‌ ପର୍‌ ହୈ’ରେ ଅଙ୍ଗୁରି ଭାବି ଭୂମିକାରେ ଅଭିନୟ କରି ବେଶ୍‌ ପ୍ରଶଂସା ସାଉଁଟି ଥିବା ଅଭିନେତ୍ରୀ ଶୁଭାଙ୍ଗୀ ଅତ୍ରେ ବିବାହ ବିଚ୍ଛେଦ ଘଟିଛି। ବିବାହର ୧୯ ବର୍ଷ ପରେ ସ୍ୱାମୀ ପୀୟୁଷ ପୁରେଙ୍କଠାରୁ ଅଲଗା ହୋଇଥିବା ଶୁଭାଙ୍ଗୀ କହିଛନ୍ତି ଯେ ସେ ତାଙ୍କ କାମକୁ ନେଇ ଏବେ ବହୁତ ସିରିୟସ ଥିବାବେଳେ ବର୍ତ୍ତମାନ ସେ କେବଳ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି|ମୁଁ ୨୦ ବର୍ଷ ବୟସରେ ବିବାହ କରିଥିଲି। ଏହା ସହଜ ନ ଥିଲା। ତଥାପି ସବୁକିଛି ପରିସ୍ଥିତି ସହ ଖାପଖୁଆଇ ଚାଲିଥିଲି। ଏନେଇ ସେ କହିଛନ୍ତି ମୁଁ ଭାଉଜ ଚରିତ୍ରରେ ଅଭିନୟ କରିବାର ଆଠ ବର୍ଷ ବିତିଗଲାଣି । ବର୍ତ୍ତମାନ ମୁଁ ସମସ୍ତଙ୍କ ପାଇଁ ଭାଉଜ ହୋଇସାରିଛି। ସେ କହିଛନ୍ତି ଯେ ଯେତେବେଳେ ଶିଳ୍ପା ସିଂଦେଙ୍କ ବଦଳରେ ମୋତେ ଏଥିରେ ଅଭିନୟ କରିବାକୁ କୁହାଗଲା ସେତେବେଳେ, ‘ମୋ ମାଙ୍କ ସମେତ ଅନେକ ଲୋକ ଭାବିଥିଲେ ଯେ ମୁଁ ଭାଉଜ ଚରିତ୍ରରେ ଅଭିନୟ କରିପାରିବି ନାହିଁ ।

କେବଳ ମୁଁ ଜାଣିଥିଲି ଯେ ଯେ ମୁଁ ଏହି ଅଭିନୟ କରିବାକୁ ସମର୍ଥ ହେବି। କାରଣ ବାସ୍ତବ ଜୀବନରେ ମୋର ମଧ୍ୟ ଏହି ଚରିତ୍ର ଭଳି ପିଲାଳିଆମୀ ଅଛି।ବିବାହର ଦୁଇ ବର୍ଷ ପରେ ଶୁଭାଙ୍ଗୀ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। କୁହାଯାଉଛି କି ଶୁଭାଙ୍ଗୀ ଓ ପୀୟୁଷଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ଲାଗିଥିଲା। ଏହି କାରଣରୁ ବର୍ଷେ ହେବ ଶୁଭାଙ୍ଗୀ ଝିଅଙ୍କୁ ନେଇ ଅଲଗା ରହୁଥି‌ଲେ। ଅନେକ ଦିନ ବିତିଯାଇଥିଲେ ବି ଦୁହିଁଙ୍କ ମଧ୍ୟରେ ଉପୁଜିଥିବା ସମସ୍ୟାର ସମାଧାନ ହୋଇ ପାରିଲା ନାହିଁ। ତେଣୁ ପରସ୍ପରଠାରୁ ଅଲଗା ହୋଇଯିବା ପାଇଁ ଦୁହେଁ ସ୍ଥିର କରିଥିଲେ। ତାଙ୍କର ଆଉ ପ୍ରେମ କରିବାର ନାହିଁ ସେ ସମସ୍ତ ସମୟ ନିଜ କାମ ଉପରେ ଦେବାକୁ ଇଛା କରିଛନ୍ତି