ଭାରତକୁ ବଡ଼ ଉପହାର ଦେଲେ ପୁଟିନ୍
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ଶୁଳ୍କ ଲଗାଇବା ସହ ରୁଷରୁ ତେଲ କିଣିବା ଏବଂ ପରୋକ୍ଷ ଭାବରେ ୟୁକ୍ରେନ ଯୁଦ୍ଧରେ ଅଂଶଗ୍ରହଣ କରିବାର ଅଭିଯୋଗ ଆଣିଛନ୍ତି। ଭାରତ ଟ୍ରମ୍ପଙ୍କ ଶୁଳ୍କ ଧମକର ଉଚିତ ଜବାବ ଦେଇଛି ଏବଂ ତାଙ୍କ ଧମକକୁ ଅଣଦେଖା କରି ଭାରତ ରୁଷରୁ ତେଲ କିଣିବା ଜାରି ରଖିଛି। ତେବେ ଭାରତ ଖୁବଶୀଘ୍ର ରୁଷିଆରୁ ଶସ୍ତା ତେଲ ଆମଦାନୀ କରିପାରେ। ରୁଷିଆ ଭାରତକୁ ବ୍ରେଣ୍ଟ ତୁଳନାରେ Urals ଅଶୋଧିତ ତୈଳ ଉପରେ ପ୍ରତି ବ୍ୟାରେଲ ପିଛା ୩ ରୁ ୪ ଡଲାର ରିହାତି ପ୍ରଦାନ କରିଛି। ଗତ ସପ୍ତାହରେ ଏହି ରିହାତି ପ୍ରାୟ ୨.୫ ଡଲାର ଏବଂ ଜୁଲାଇରେ ପ୍ରାୟ ୧ ଡଲାର ଥିଲା। ସେପ୍ଟେମ୍ବର ଶେଷ ଏବଂ ଅକ୍ଟୋବରରେ ଲୋଡ ହେବାକୁ ଥିବା କାର୍ଗୋ ପାଇଁ ଏହି ପ୍ରସ୍ତାବ ଦିଆଯାଇଛି।
ଅନ୍ୟପକ୍ଷରେ, S-400 କ୍ଷେପଣାସ୍ତ୍ର ପ୍ରଣାଳୀର ଅତିରିକ୍ତ ଯୋଗାଣ ସମ୍ପର୍କରେ ଭାରତ ଏବଂ ରୁଷିଆ ମଧ୍ୟରେ ଆଲୋଚନା ଚାଲିଛି। ୨୦୨୬ ଏବଂ ୨୦୨୭ ସୁଦ୍ଧା ରୁଷିଆ ଶେଷ ଦୁଇଟି ୟୁନିଟ ଭାରତକୁ ହସ୍ତାନ୍ତର କରିବ।
