ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ,ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ
ପୁର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ସଦୈବ ଅଟଳ” ସ୍ମାରକୀରେ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ, ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ ଅଟଳ ଜୀଙ୍କ ଜୀବନ ଦେଶକୁ ପ୍ରେରଣା ଦେଇ ଚାଲିଛି, ଏବଂ ଆହୁରି ମଧ୍ୟ କହିଛନ୍ତି ଯେ ନେତୃତ୍ୱ ପଦବୀ ଦ୍ୱାରା ନୁହେଁ ବରଂ ଆଚରଣ ଦ୍ୱାରା ନିର୍ଣ୍ଣୟ କରାଯାଏ। ସଂସ୍କୃତ ପଂକ୍ତି ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ ମହାନ ନେତାଙ୍କ କାର୍ଯ୍ୟ ସମାଜକୁ ମାର୍ଗଦର୍ଶନ କରେ, ଏବଂ ସେ କହିଛନ୍ତି ଯେ ଏହା ବାଜପେୟୀଙ୍କ ସାର୍ବଜନୀନ ଜୀବନରେ ପ୍ରତିଫଳିତ ହୋଇଥିଲା।ଭାରତର ରାଜନୈତିକ ଇତିହାସରେ ଜଣେ ସଫଳ ବ୍ୟକ୍ତିତ୍ୱ ହେଉଛନ୍ତି ଅଟଳ ବିହାରି ବାଜପେୟୀ, ଯିଏ ଜୀବନର ପ୍ରତି କ୍ଷେତ୍ରରେ ସଫଳତାର ଶୀର୍ଷକୁ ଛୁଇଁପାରିଛନ୍ତି । ସେ ଏକାଧାରରେ ଜଣେ ବିଚକ୍ଷଣ ରାଜନୀତିଜ୍ଞ, ପ୍ରଶାସକ, ଭାଷାବିତ, କବି, ସମ୍ବାଦିକ ଓ ଲେଖକ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଆଦର୍ଶରେ ଅନୁପ୍ରାଣିତ ହୋଇ, ଅଟଳ ବିହାରୀ ଉଦାରବାଦ, ସହନଶୀଳତା, ସମାନତାକୁ ନେଇ ରାଜନୀତିରେ ପାଦ ଥାପିଥିଲେ । ମଧ୍ୟପ୍ରଦେଶର ଗ୍ୱାଲିଅରରେ ୧୯୨୪ ମସିହା ଡିସେମ୍ବର ୨୫ରେ ଜନ୍ମଗ୍ରହଣ କରିଥିଲେ ଅଟଳ । ଆଜି ତାଙ୍କ ଶ୍ରାଦ୍ଧ ବାର୍ଷିକୀ । ତାଙ୍କ ବାପା ଥିଲେ ଶିକ୍ଷକ ଓ ମାଆ ସୁଗୃହିଣୀ । କିନ୍ତୁ ତାଙ୍କର ପ୍ରକୃତ ଘର ଥିଲା ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲାର ବଟେଶ୍ୱରରେ । ତାଙ୍କର ରାଜନୈତିକ ଜନ୍ମସ୍ଥଳୀ ଥିଲା ଉତ୍ତରପ୍ରଦେଶ । ରାଜଧାନୀ ଲକ୍ଷ୍ନୌରୁ ସେ ଏମପି ଭାବେ ନିର୍ବାଚିତ ହୋଇଥିଲେ । ରାଜନୀତିରେ ତାଙ୍କ ଭଳି ବ୍ୟକ୍ତିତ୍ୱ ଥିଲେ ବିରଳ । ରାଜନୀତିରେ ସଂଖ୍ୟା ବା ଯୋଡତୋଡରେ ବିଶ୍ୱାସ କରୁନଥିଲେ ଜନନାୟକ ଅଟଳବିହାରୀ ବାଜପେୟୀ । ଫଳରେ ମାତ୍ର ଗୋଟିଏ ଭୋଟ ପାଇଁ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା । ମାତ୍ର ୧୩ ଦିନର ଶାସନ ଭାଂଗିଯାଇଥିଲା । ଆଉ ଶେଷରେ ତାଙ୍କୁ ବିରୋଧୀ ଦଳ ନେତାର ଦାୟିତ୍ୱ ନିଭାଇବାକୁ ପଡିଥିଲା । ପରେ ହୋଇଥିବା ନିର୍ବାଚନରେ ସେ ଦୁଇ ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ । ସେ ଭାରତରେ ରତ୍ନ ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇଥିଲେ । ୧୬ ଅଗଷ୍ଟ ୨୦୧୮ ମସିହାରେ ସେ ମୃତ୍ୟୁ ବରଣ କରିଥିଲେ ।
