ଭାରତ ଉପରେ ଟାରିଫ୍ କମାଇଲ ଆମେରିକା, ୨୫ପ୍ରତିଶତରୁ ୧୮ ପ୍ରତିଶତକୁ ଖସିଲା
ଭାରତ ଉପରେ ଟାରିଫ୍ ହ୍ରାସ କଲା ଆମେରିକା । ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କଲେ ଡୋନାଲ୍ଡ ଟ୍ରମ୍ପ । ଆଗକୁ ପୂରା ୨୫ ପ୍ରତିଶତ ହ୍ରାସ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ପରେ ଟାରିଫ ହ୍ରାସ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରୁଥ ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି ଟ୍ରମ୍ପ । ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ୨୫% ରୁ କମାଇ ୧୮% କରାଯାଇଥିବା ଘୋଷଣା କରିଛନ୍ତି। ଏହା ବଦଳରେ ଭାରତ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରୁ ଟ୍ୟାକ୍ସ କମାଇବାକୁ ରାଜି ହୋଇଛି । ଏହି ଚୁକ୍ତିର ସବୁଠାରୁ ବଡ଼ ସର୍ତ୍ତ ହେଉଛି, ଭାରତ ଏବେ ରୁଷିଆ ଠାରୁ ଶସ୍ତା ଅଶୋଧିତ ତେଲ କିଣିବା ବନ୍ଦ କରିବ କିମ୍ବା ବହୁତ କମାଇ ଦେବ ।ଭାରତ ଆମେରିକାଠାରୁ ଶକ୍ତି, ପ୍ରଯୁକ୍ତିବିଦ୍ୟା ଏବଂ କୃଷି କ୍ଷେତ୍ରରେ ୫୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ କିଣିବାକୁ ଲକ୍ଷ୍ୟ ରଖିଛି ।
