ଭାରତ ଋଷିଆରୁ ତୈଳ କ୍ରୟ କରୁଛି । ଏହା ତାଙ୍କୁ ଖୁସି କରୁନି- ଟ୍ରମ୍ପ
ଭାରତକୁ ଟ୍ରମ୍ପଙ୍କ ଚେତାବନୀ । ପୁଣି ଭାରତକୁ ଟାରିଫ୍ ଭୟ ଦେଖାଇଲେ ଡୋନାଲ୍ଡ ଟ୍ରମ୍ପ । ଭାରତ ରୁଷ ତୈଳ କିଣିବା ନେଇ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି । କହିଛନ୍ତି, ମୋଦି ଜଣେ ଭଲ ବ୍ୟକ୍ତି, କିନ୍ତୁ ସେ ଜାଣିଛନ୍ତି ମୁଁ ଖୁସି ନୁହେଁ । ମୋତେ ଖୁସି କରିବା ସବୁଠୁ ଗୁରୁତ୍ବପୂର୍ଣ୍ଣ । ସେମାନେ ବାଣିଜ୍ୟ କରନ୍ତୁ, ମୁଁ ସେମାନଙ୍କ ଉପରେ ଟାରିଫ୍ ବଢ଼ାଇବି ବୋଲି କହି ଧମକ ଦେଇଛନ୍ତି ଟ୍ରମ୍ପ ।ସେ ଭାରତ ଏବଂ ଋଷ ମଧ୍ୟରେ ଚାଲିଥିବା ତୈଳ କାରବାରକୁ ନେଇ ଏପରି କହିଛନ୍ତି । ଯାହାକୁ ଟ୍ରମ୍ପ୍ ପ୍ରଶାସନ ଦୀର୍ଘ ଦିନ ହେବ ବିରୋଧ କରୁଛି । ୨୦୨୫ ଅଗଷ୍ଟ ମାସରେ ୟୁଏସ ଭାରତ ଉପରେ ଦୁଇଗୁଣା ଟାରିଫ୍ ଲଗାଇଥିଲା ।
ତେବେ ଟ୍ରମ୍ପଙ୍କ ବୟାନ ଆସିବା ପରେ ପୁଣି ଭାରତ ଏବଂ ଋଷ ମଧ୍ୟରେ ଥିବା ତୈଳ କାରବାର ପ୍ରଭାବିତ ହୋଇପାରେ । ପୂର୍ବରୁ ନରେନ୍ଦ୍ର ମୋଦୀ ଋଷରୁ ତୈଳ କିଣିବେନି ବୋଲି ଟ୍ରମ୍ପଙ୍କୁ ଭରସା ଦେଇଥିଲେ । ଏବେ କିନ୍ତୁ ଟ୍ରମ୍ପଙ୍କ ବୟାନ ଭାରତ ସହ ୟୁଏସର ସମ୍ପର୍କକୁ ଅଧିକ ଫିକା କରିପାରେ ବୋଲି ଆଶଙ୍କା କରାଯାଉଛି ।
