ଭାରତ-ପାକିସ୍ତାନ ଯୁଦ୍ଧବିରତିର ମଧ୍ୟସ୍ଥତା ଦାବି ତୀବ୍ର, ପ୍ରତ୍ୟାଖ୍ୟାନ କଲା ଭାରତ
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା ଯୁଦ୍ଧବିରତିରେ ମଧ୍ୟସ୍ଥତା କରିଥିବା ଦାବି କରିଛନ୍ତି।କିନ୍ତୁ ଉଭୟ ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଭାରତ । ଯୁଦ୍ଧବିରତିରେ ୩ୟ ପକ୍ଷର ସମ୍ପୃକ୍ତି ନଥିଲା ବୋଲି ଭାରତ ସ୍ପଷ୍ଟ କରିଛି । ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ସମ୍ପ୍ରତି କହିଛନ୍ତି, ବେଜିଂ ଭାରତ-ପାକିସ୍ତାନ ବିବାଦ ସମେତ ଅନେକ ବିଶ୍ୱ ବିବାଦର ସମାଧାନରେ ଭୂମିକା ଗ୍ରହଣ କରିଛି।ସୂଚନାଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ପୂର୍ବରୁ ଅନେକ ଥର ଏହିପରି ଦାବି କରିଛନ୍ତି । ଭାରତ କିନ୍ତୁ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି । ଭାରତ ଆହୁରି ମଧ୍ୟ କହିଛି ଯେ, ଏହି ଯୁଦ୍ଧବିରତି କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପରୁ ହୋଇନାହିଁ । ଦୁଇ ବରଂ ଦେଶର ଡାଇରେକ୍ଟର ଜେନେରାଲ ଅଫ୍ ଷ୍ଟାଫ୍ (DGMO)ଙ୍କ ମଧ୍ୟରେ ଆଲୋଚନାରୁ ହୋଇଛି ।
