ଭାରତ ଫେରିବା ପରେ ଅଞ୍ଜୁଙ୍କ କହିଲେ-ପାକିସ୍ତାନୀ ବି ଚାହୁଁଛନ୍ତି ଯେ ….

ପାକିସ୍ତାନରୁ ଏବେ ଭାରତ ଫେରିଛନ୍ତି ଅଞ୍ଜୁ । ପାକିସ୍ତାନରେ ୪ ମାସ ବିତାଇବା ପରେ ୨୯ ନଭେମ୍ବରରେ ଭାରତୀୟ ମାଟିରେ ପାଦ ଦେଇଥିଲେ। ଗଣମାଧ୍ୟମରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଥିବା ଅଞ୍ଜୁ କହିଛନ୍ତି କି, ସେ ଭାରତ କିମ୍ବା ପାକିସ୍ତାନରେ ରହିବେନି । ସେ ପାକିସ୍ତାନୀ ସ୍ବାମୀ ନସରୁଲ୍ଲାଙ୍କ ସହ ଦୁବାଇରେ ରହିବାକୁ ଚାହାଁନ୍ତି ।ବର୍ତ୍ତମାନ ଅଞ୍ଜୁ ଏକ ସାକ୍ଷାତକାରରେ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ ପାକିସ୍ତାନରେ ଥିଲେ । ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତ ବିଷୟରେ ଆଲୋଚନା ହୋଇଥିଲା। ପାକିସ୍ତାନର ଲୋକମାନେ କହୁଥିଲେ ଯଦି ସୀମା ହଟାଯାଏ ତେବେ ଏଠାକାର ଏବଂ ସେଠାକାର ଲୋକଙ୍କ ମଧ୍ୟରେ ଅଧିକ ପାର୍ଥକ୍ୟ ନାହିଁ। ସେଠାର ଲୋକ କହୁଛନ୍ତି ଯଦି ପିଏମ ମୋଦୀଙ୍କ ପରି ଜଣେ ଭଲ ନେତା ମିଳିବେ ତେବେ ଏଠାରେ ସ୍ଥିତି ସୁଧୁରିବ। ସେଠାକାର ଲୋକମାନେ ମଧ୍ୟ ପିଏମ ମୋଦୀଙ୍କୁ ବହୁତ ପସନ୍ଦ କରନ୍ତି।

ତାଙ୍କୁ ଯେବେ ପ୍ରଶ୍ନ କରାଗଲା ଯେ ପାକିସ୍ତାନ ଯାଇଥିଲେ ଭାରତ କାହିଁକି ଫେରିଲେ?ଉତ୍ତର ରେ ସେ କହିଲେ ଭାରତ ମୋର ମାତୃଭୂମି । ମୁଁ ଭିସା ନେଇ ପାକିସ୍ତାନ ଯାଇଥିଲି । ଭାରତ ହେଉଛି ମୋର ମା’ ଏବଂ ପାକିସ୍ତାନ ହେଉଛି ପ୍ରେମ । ମୁଁ ଯେତିକି ଭଲପାଏ ସେତିକି ପ୍ରେମ କରେ । ମୋ ଯୋଜନା ଅନୁସାରେ ଯାଇଥିଲି । ଏବେ ଫେରି ଆସିଲି । ପୁଣି କହିଛନ୍ତି ଯେ ସେ ତାଙ୍କ ସ୍ୱାମୀ ସହିତ ଦୁବାଇ ରେ ରହିବେ |