ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ
ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ । ଫୋନ ପେ’ରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛି। କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜଣକ ହେଉଛନ୍ତି ବିପ୍ଳବ କେଶରୀ ସାମନ୍ତରାୟ ।ଭିଜିଲାନ୍ସ ଏକ ବିବୃତ୍ତିରେ କହିଛି ଯେ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଏନଜିଓଗୁଡ଼ିକୁ ଚୁକ୍ତିନାମା କାର୍ଯ୍ୟକାରୀ କରିବା, ସହାୟତା ପ୍ରଦାନ/ବିଲ୍ ପ୍ରଦାନ କରିବା ସମ୍ପର୍କରେ ଏନଜିଓ ଏବଂ ବ୍ୟକ୍ତିଙ୍କଠାରୁ ଲାଞ୍ଚ ଆଦାୟ କରିବା ସମ୍ପର୍କରେ ସାମନ୍ତରାୟଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିଥିଲା।ଶ୍ରୀ ସାମନ୍ତରାୟଙ୍କ ଘର, ଫାର୍ମ ହାଉସରେ ଚଢଉ ଜାରି ରହିଛି । ଖୋର୍ଦ୍ଧା ଜିଲ୍ଲାର ମଦନପୁରରେ ଏକ ଫାର୍ମ ହାଉସ ସହିତ ଭୁବନେଶ୍ଵରରେ ଏକ ୩ ହଜାର ବର୍ଗଫୁଟର କୋଠା ଭିଜିଲାନ୍ସ ଠାବ କରିଛି।
