ଭିଜିଲାନ୍ସ ଜାଲରେ ଜଟଣୀ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ।

 ଭିଜିଲାନ୍ସ ଜାଲରେ ଜଟଣୀ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର । ପୁରୁଣା ବିଲ ପାସ୍ କରାଇଦେବାକୁ ଠିକାଦାରଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।ଜଟଣୀ ବ୍ଲକରେ ଯେତେବେଳେ ନୁଆ କରି ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନ  ନିର୍ବାଚିତ ହୋଇ  ଆସିଲେ। ସେତେବେଳେ ଜଟଣି ବ୍ଲକରେ ପିସି କାରବାରକୁ ପ୍ରସୟ ଦିଆଯିବନାହିଁ ବୋଲି ଘୋଷଣା କରିଥିଲେ । ଏହାକୁ ନେଇ ସେତେବେଳେ ବିଡିଓଙ୍କ ସହିତ ପିସି କାରବାର ଉପରେ ଉଚ୍ଚବାଚ୍ଚ ହୋଇଥିଲା । ହେଲେ ଜଟଣୀ ବ୍ଲକରେ ଛୁଞ୍ଚିଟିଏ କିଣାହେଲେ ମଧ୍ୟ ଠିକାଦାରଙ୍କୁ ପିସି ମଗାଗଲା । ଏବେ ପିସି ନେବା ଅଭିଯୋଗରେ ଏଇ ଭିଜିଲାନ୍ସ ଜାଲରେ ପଡିଥିବା ଏସପି ସୂଚନା ଦେଇଛନ୍ତି ।ଠିକାଦାର କହିଛନ୍ତି , ଠିକାଦାରଙ୍କ ଅଭିଯୋଗ ମୁତାବକ ମ୍ୟାଡାମ ଲାଞ୍ଚ ନେବାରେ ଧୁରନ୍ଧର ଥିଲେ। ଶ୍ରାବଣ ମାସରେ ବି ଆଇଁଷ ଖାଇବାକୁ ଜିଦ ଧରୁଥିଲେ।

ବାଳକାଟି ମଟନ, ପାରାଦୀପ ଇଲିସି, ନଦୀ ଚିଙ୍ଗୁଡ଼ି ସବୁକିଛି ଠିକାଦାରଙ୍କ ଠାରୁ ମାଗୁଥିଲେ। କଥାକଥାକେ ପିସି ମାଗୁଥିଲେ। ଅଭିଯୋଗ ମୁତାବକ କନ୍ତିଆ ପଞ୍ଚାୟତ କିରଣ କୁମାର ପ୍ରଧାନଙ୍କ ବିଲ ପାସ୍ କରାଇଦେବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ନିବେଦିତା। କିନ୍ତୁ ୫୦ ହଜାର ଦେବା ପରେ ମଧ୍ୟ ବିଲ୍ ପାସ ନକରି ବାକି ଟଙ୍କା ମାଗୁଥିଲେ। ଏଥିରେ ବିବ୍ରତ ହୋଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ଠିକାଦାର।ଏଇ ସିନା ଧରା ପଡିଲେ ହେଲେ ଜଟଣୀ ବ୍ଲକରେ ଠିକାଦାରଙ୍କ ଠାରୁ ଆଦାୟ ହେଉଥିବା ୨୦ ପରସେଣ୍ଟ ପିସି ଆଉ କାହା କାହା ପାଖକୁ ଯାଉଥିଲା । ଅନ୍ୟମାନେ ଯେଉଁମାନେ ଏହି ପିସି ନେଉଥିଲେ, ସେମାନଙ୍କ ଉପରେ ଚଢାଉ କରିବ କି ଭିଜିଲାନ୍ସ ।