ଭିଜିଲାନ୍ସ ଜାଲରେ ଡାଟାଏଣ୍ଟ୍ରି ଅପରେଟର
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଞ୍ଚାୟତ ଡାଟା ଏଣ୍ଟ୍ରି ଅପରେଟର । ଖୋର୍ଦ୍ଧା ବାଣପୁର ନୀଳାଦ୍ରିପ୍ରସାଦ ପଞ୍ଚାୟତ ଡାଟା ଏଣ୍ଟ୍ରି ଅପରେଟର ରାକେଶ କୁମାର ସାହୁ। ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ। ବର୍ତ୍ତମାନ ଭିଜିଲାନ୍ସ ଟିମ ପ୍ରଥମେ ନିଳାଦ୍ରୀପ୍ରସାଦ ପଞ୍ଚାୟତ ପରେ ବାଣପୁର ବ୍ଲକ କାର୍ଯ୍ୟାଳୟରେ ଅଭିଯୁକ୍ତ ରାକେଶ ଙ୍କୁ ନେଇ ଜେରା କରୁଥିବା ସୂଚନା ମିଳିଛି l ସୂଚନା ଥାଉକି ରାକେଶ ଗତ ଏକ ବର୍ଷ ହେବ ବାଣପୁର ବ୍ଲକ ନିଳାଦ୍ରୀପ୍ରସାଦ ଗ୍ରାମ ପଞ୍ଚାୟତରେ ଏଡିଇଓ ଭାବେ କାର୍ଯ୍ୟରତ ଥିଲେ ତେବେ ସେ ଜଣେ ଆଦିବାସୀ ଅନ୍ତଦ୍ୱୟ ଗୃହ ଯୋଜନାର ହିତାଧିକାରୀଙ୍କ ଠାରୁ ନେଉଥିଲେ ଲାଞ୍ଚ । ପ୍ରଥମ ପର୍ଯ୍ୟାୟ ୪୦ ହଜାର ଅନୁଦାନ ପାଇଁ ମଗୁଥିଲେ ୬ ହଜାର। ଲାଞ୍ଚ ନ ଦେଲେ ଦ୍ଵିତୀୟ ପର୍ଯ୍ୟାୟ କିସ୍ତି ଅଟକାଇ ଦେବେ ବୋଲି ଧମକ ଦେଇଥିଲେ।
