ଭିଜିଲାନ୍ସ ଜାଲରେ ଦୁଇ ଅଧିକାରୀ : ବିଲ୍ ପାସ୍ କରିବା ପାଇଁ ନେଉଥିଲେ ଲାଞ୍ଚ
ମୟୂରଭଞ୍ଜ ଜିଲା ଉଦଳା ଉଠା ଜଳସେଚନ ବିଭାଗର ଦୁଇ ଅଧିକାରୀ ଶ୍ରୀ ହରେକୃଷ୍ଣ ସିଂହ ଏବଂ ଶ୍ରୀ ସୁବ୍ରତ ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ଠିକାଦାରଙ୍କ ଠାରୁ ତାଙ୍କର ବାକି ବିଲ୍ ପରିଶୋଧ କରିବା ପାଇଁ ୬୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରାଯାଇଛି ।ଏଇଇ ୩୨ ହଜାର ଟଙ୍କା ନେଇଥିବାବେଳେ ଜଇେ ୨୮ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ ।୨୫ ଲକ୍ଷ ଟଙ୍କାର ପ୍ରକଳ୍ପ ବିଲ୍ ପାସ୍ କରିବା ପାଇଁ ଏହି ଲାଞ୍ଚ ମାଗୁଥିଲେ । ସବୁ ବିଲ୍ ହୋଇଥିବାବେଳେ ୫ ଲକ୍ଷ ଟଙ୍କାର ବିଲ୍ ଅଟକାଇ ରଖିଥିଲେ । ଏହି ବିଲକୁ ପାସ କରିବା ପାଇଁ ଲାଞ୍ଚ ନେଉଥିଲେ । ତେବେ ଏକ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ମାଗୁଥିବାବେଳେ ୬୦ ହଜାର ଦେବାକୁ ରାଜି ହୋଇଥିଲେ । ମାତ୍ର ବାରମ୍ବାର ହଇରାଣ କରି ଟଙ୍କା ମାଗୁଥିବାବେଳେ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ ଠିକାଦାର । ଯାହା ଫଳରେ ଆଜି ଲାଞ୍ଚ ଟଙ୍କା ନେଉଥିବା ବେଳେ ଦୁଇ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ହରେକୃଷ୍ଣ ସିଂହଙ୍କ ଦୁଇଟି ଠିକଣା ଏବଂ ସୁବ୍ରତ ମହାନ୍ତିଙ୍କ ୩ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ।
