ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ: ମୁଖ୍ୟମନ୍ତ୍ରୀ

ଆଜି ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନ। ଚଳିତ ଅଧିବେଶନରେ ସ୍ବାଭାବିକ ଭାବେ ଚାଲୁଛି ଗୃହ । ଗୃହରେ ବିଭିନ୍ନ ପ୍ରସଙ୍ଗରେ ହେଉଛି ଆଲୋଚନା ।ରାଜ୍ୟରୁ ବିଦା ହେଲେଣି ୪୯ ବାଂଲାଦେଶୀ। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ। ନୂଆ ସରକାର ଆସିବା ପରେ ୫୧ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବଂଲାଦେଶ ପଠାଗଲାଣି। ଖୋର୍ଦ୍ଧାରୁ ୨୪, କଟକରୁ ୧୫, ଗଞ୍ଜାମରୁ ୬, କନ୍ଧମାଳରୁ ୩, କୋରାପୁଟରୁ ୧। ଆଉ ୨ ବାଂଲାଦେଶୀ ଜାଲ ପାସ୍ପୋର୍ଟ କରି ଧରାପଡ଼ିଛନ୍ତି। ଧରାପଡ଼ିଥିବା ୨ ବାଂଲାଦେଶୀଙ୍କ ନାଁରେ ମାମଲା ହୋଇଛି। ଅନ୍ୟପଟେ ସରକାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର ୨୧ ଯାଏଁ ୨୭୦ ଗିରଫ ହୋଇଛନ୍ତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ୩୧ ସରକାରୀ ଅଧିକାରୀଙ୍କ ଉପରେ ଏକାଧିକ ଥର କାର୍ଯ୍ୟାନୁଷ୍ଠାନ ହୋଇଛି । ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି, ୧୮୭ ସରକାରୀ କର୍ମଚାରୀ । ଦଣ୍ଡିତ ପରେ ଚାକିରିରୁ ବରଖାସ୍ତ ହୋଇଛନ୍ତି ୩୪ ସରକାରୀ କର୍ମଚାରୀ । ୬୫ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ ହୋଇଛି ।