ଭିନ ଡିଜେଲଙ୍କ ପାଇଁ ବଢିଲା ଅଡୁଆ । 

ଫାଷ୍ଟ ଆଣ୍ଡ ଫ୍ୟୁରିଅସ ର ଅଭିନେତା ଭିନ ଡିଜେଲଙ୍କ ନାଁରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ । ଥାନାରେ ରୁଜୁ ହୋଇଛି ମାମଲା । ଅଭିଯୋଗ ପ୍ରମାଣିତ ହେଲେ ଅଭିନେତା ଜେଲ ଯାଇପାରନ୍ତି।ଆସ୍ତା ଜନସନ ନାମକ ପୀଡିତା କହିଛନ୍ତି ଯେ, ’ଫାଷ୍ଟ ଆଣ୍ଡ ଫ୍ୟୁରିଅସ’ ପରେ ଅଭିନେତାଙ୍କ କମ୍ପାନୀରେ ଯୋଗ ଦେଇଥିଲେ। ଏହାପରେ ପ୍ରଥମେ ପ୍ରୋଜେକ୍ଟରେ ତାଙ୍କୁ ୨୦୧୦ରେ ’ଫାଷ୍ଟ ଫାଇଭ’ ଶୁଟିଂ ପାଇଁ ଆଟଲାଣ୍ଟ ଯିବାକୁ ପଡିଥିଲା। ସେଠାରେ ଭିନ୍‌ ରହୁଥିବା ହୋଟେଲରେ ଅଭିନେତାଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ତାଙ୍କୁ ନିୟୋଜିତ କରାଯାଇଥିଲା।

ଏକୁଟିଆ ଥିବା ସମୟରେ ଅଭିନେତା ହୋଟେଲ ରୁମ୍‌ରେ ଆସ୍ତାଙ୍କ ସହିତ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରି ତାଙ୍କୁ ନିର୍ଯାତନା ଦେଇଥିଲେ। ଅଭିଯୋଗ କରିବାରୁ ଅଭିନେତାଙ୍କ ଭଉଣୀ ପୀଡ଼ିତାଙ୍କୁ ଚାକିରିରୁ ବିଦା କରି ଦେଇଥିଲେ। ତେବେ ଏହି ମାମଲାରେ ଭିନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଭିନ୍ ଓକିଲଙ୍କ କହିବାନୁଯାୟୀ, ଏହି ମାମଲାକୁ ଭିନ୍ ଖଣ୍ଡନ କରିଛନ୍ତି । ୧୩ ବର୍ଷ ତଳେ ହୋଇଥିବା ଏହି ଘଟଣା ବିଷୟରେ ସେ ପ୍ରଥମ ଥର ପାଇଁ ଶୁଣୁଥିବା ସେ କହିଛନ୍ତି ।