ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ପାଇଁ ପ୍ରସ୍ତୁତି ବୈଠକଅକ୍ଟୋବର ୨୮ରେ ଶିବିର ଆୟୋଜନ ପାଇଁ ନିଷ୍ପତି

ଗଣିଆ (ବିଶ୍ୱରଞ୍ଜନ ସେଠି) ଗଣିଆ ପଚାଂୟତ ସମିତି ସଭାଗୃହ ପରିସରରେ ବୁଧବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ନିମିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରସ୍ତୁତି ବୈଠକ ନିମନ୍ତେ ବ୍ଳକ ଅଧ୍ୟକ୍ଷା ଠାରୁ ଆରମ୍ଭ କରି ଉପାଧ୍ୟକ୍ଷ, ତହସିଲଦାର, ବିଡିଓ, ଏବିଡିଓ, ଥାନା, ଡାକ୍ତରଖାନା, ପାନୀୟଜଳ, ସମସ୍ତ ପଂଚାୟତର ଜନପ୍ରତିନିଧି ଓ ପଂଚାୟତ କାର୍ଯ୍ୟ ନିବାହୀ ଅଧିକାରୀମାନଙ୍କୁ ଯୋଗଦେବାକୁ ବିଭାଗ ତରଫରୁ ଚିଠି କରାଯାଇଥିଲା । କିନ୍ତୁ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କେବଳ ଜିଲାପରିଷଦ ସଭ୍ୟ ନରେଶ କୁମାର ବେହେରା, ସିଡିପିଓ, ଗଣିଆ ସରପଂଚ ଗିରିଧାରୀ ସେଠୀ, ବେଲପଡ଼ା ସରପଂଚ ସୁକାନ୍ତ କୁମାର ଗଣ୍ଠିଆ, ୨ଜଣ ଶିକ୍ଷକ, ବରିଷ୍ଠ ନାଗରିକ ମଂଚର ସଭାପତି ଗିରିଶ କୁମାର ମିଶ୍ର ଓ ଅଗ୍ନିଶମ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ ନାୟକଙ୍କ ସୂଚନା ଅନୁଯାୟୀ ଚଳିତ ଅକ୍ଟୋବର ମାସ ୨୮ରେ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, ଗଣିଆଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରରେ ବ୍ଲକର କୌଣସି ଦିବ୍ୟାଙ୍ଗ ଯେପରି ବାଦ୍ ନ ପଡନ୍ତି ସେଥିପ୍ରତି ସମସ୍ତେ ଗୁରୁତ୍ୱ ଦେବାପାଇଁ ଅନୁରୋଧ କରିଥିଲେ । ସରକାରଙ୍କ ନୂତନ ନିୟମାନୁସାରେ ଭିନ୍ନକ୍ଷମମାନେ ପାଇଥିବା ହାତଲେଖା ବା ଅଫଲାଇନ ସାର୍ଟିଫିକେଟ ଆଉ ଚଳିବ ନାହିଁ । ହାତଲେଖା ପାଇଥିବା ସମସ୍ତ ଭିନ୍ନକ୍ଷମ ମାନେ ତୁରନ୍ତ ଅନଲାଇନରେ ଆବେଦନ କରି ସେମାନଙ୍କର ଅନଲାଇନ ସାର୍ଟିଇକେଟ ନେବାକୁ କହିଥବଲେ । ହାତଲେଖା ସାର୍ଟିଫିକେଟରେ ପାଉଥିବା ସୁବିଧା ଯଥା ଭିନ୍ନକ୍ଷମ ଭତା, ରାସନ, ଶିକ୍ଷାବୃତି ଆଦି ସୁବିଧାରୁ ବଂଚିତ ହେବେ । ଏଣୁ ସମସ୍ତ ଭିନ୍ନକ୍ଷମ ମାନେ ନିଜର ନିଜର ନାମକୁ ଅନଲାଇନରେ ପଂଜିକରଣ କରି ନୂତନ ଅନଲାଇନ ସାର୍ଟିଫିକେଟ ଆବେଦନ କରିବାକୁ ସାମାଜିକ ସୁରକ୍ଷା ଅଧିକାରୀ ପରାମର୍ଶ ଦେଇଥିଲେ । ତେବେ ଏ ନେଇ ଗଣିଆ ବ୍ଳକର ସମସ୍ତ ଗ୍ରାମରେ ପ୍ରଚାର ଗାଡ଼ିଦ୍ୱାରା ଉକ୍ତ ଭିନ୍ନକ୍ଷମ ପ୍ରମାଣପତ୍ର ସଂପର୍କିତ ଖବରକୁ ପ୍ରଚାର କରି ଭନ୍ନକ୍ଷମମାନଙ୍କୁ ଜଣାଇ ଦିଆଯିବ ବୋଲି ଆଲୋଚନା କରାଯାଇଥିଲା । ତେବେ ଆଜିସୁଦ୍ଧା ବ୍ଳକର ୮ଗୋଟି ପଂଚାୟତରୁ ମୋଟ ୧୬୮ଜଣ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ଅନଲାଇନ କରିଥିବାବେଳେ ଯେଉଁମାନେ ଅନଲାଇନ କରିନାହାଁନ୍ତି ସେମାନେ ବ୍ଳକ କାର୍ଯ୍ୟାଳୟରେ ୨୫ ତାରିଖ ପୂର୍ବରୁ ଅନ ଲାଇନ କରିବାକୁ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ ନାୟକ କହିଥିଲେ । ତେବେ ଆଜିର ପ୍ରସ୍ତୁତି ବୈଠକର ଏଭଳି ଅବସ୍ଥା ଦେଖି ୨୮ ତାରିଖରେ ହେବାକୁ ଥିବା ଭିନ୍ନକ୍ଷମ ସାମର୍ଥ ଶିବିର କେତେଦୁର ସଫଳ ହେବ ତାହା ଦେଖିବାକୁ ବାକି ରହିଲା ।