ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର୧୫୯ ଦିବ୍ୟାଙ୍ଗ ପଞିକୃତ
ଗଣିଆ,( ବିଶ୍ଵରଞ୍ଜନ ସେଠୀ) ନୟାଗଡ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଓ ଗଣିଆ ପଚାଂୟତ ସମିତି ମିଳିତ ଆୟୋଜନରେ ମଙ୍ଗଳବାର ଗଣିଆ କିଶୋରଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାପୀଠ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକର ୮ଟି ପଚାଂୟତରୁ ଆସିଥିବା ପଞିକୃତ ୧୫୯ଜଣ ଦିବ୍ୟାଙ୍ଗ ପରୀକ୍ଷା କରିବାକୁ ପଂଜୀକୃତ କରିଥିଲାବେଳେ ୧୫୯ଜଣଙ୍କୁ ଡାକ୍ତର ପରୀକ୍ଷା କରିଥିଲେ । ଏଥିରେ ଶ୍ରବଣ ବାଧିତ ୨୭, ଦୃଷ୍ଟିବାଧିତ ୧୮, ମାନସିକ ଅନଗ୍ରସର ଓ ଭେଷଜ ବିଭାଗରେ ୩୪ଜଣ, ଓ ଅସ୍ଥି ଶଲ୍ୟ ୮୦ ଜଣ ଦିବ୍ୟାଙ୍ଗ ଚିହ୍ନଟ ହୋଇଥିବା ଜଣାପଡିଛି । ଆୟୋଜିତ ଶିବିରରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ଡାକ୍ତରୀ ଦଳ ଆସିବା ପରେ ସକାଳ ୯ଟାରୁ ଆରମ୍ଭ ହୋଇଥିଲା । ଏହି ଶିବିରରେ ଅସ୍ଥିଶଲ୍ୟ ବିଭାଗର ଡାକ୍ତର ବି.ଏସ୍.ରାଓ , ମାନସିକ ଅନଗ୍ରସର ବିଭାଗର ଡାକ୍ତର ସବିତା ବରାଡ଼, ଚକ୍ଷୁ ବିଭାଗର ଡାକ୍ତର ପ୍ରଶନ୍ନ ପ୍ରସାଦ ସାହୁ , ଶ୍ରବଣ ବାଧିତ ବିଭାଗର ଡାକ୍ତର ସୀତାଶ୍ରୀ ସେଠୀ, ମନସ୍ତାତ୍ୱିକ ବିଭାଗର ଡାକ୍ତର ତପସ୍ୱିନୀ ଆଚାର୍ଯ୍ୟ, ଭେଷଜ ବିଭାଗର ଡାକ୍ତର ସିଦ୍ଧାର୍ଥ ଦାଶ ଓ ଅଡିଓଲୋଜିଷ୍ଟ ନିଷ୍ଠାରଞନ ଦାଶ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗମାନଙ୍କୁ ପରୀକ୍ଷା ନିରୀକ୍ଷା କରି ଚିହ୍ନଟ କରିଥିଲେ ।

ଆୟୋଜିତ ଶିବିରକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ ପରିଚାଳନା କରିଥିବା ବେଳେ ଗଣିଆ ବ୍ଲକ ବିଡିଓ ପ୍ରତିବାଳା ରଣା ତଦାରଖ କରିଥିଲେ । ଉକ୍ତ ଶିବିରରେ ମୁଖ୍ୟ ଅତିôତଭାବେ ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା ଯୋଗଦାନ କରି ଉଦ୍ଘାଟନ କରିଥିବାବେଳେ ସମ୍ମାନିତ ଅତିଥିଭାବେ କନ୍ଧମାଳ ସାସଂଦଙ୍କ ପ୍ରତିନିଧି ଶରତ କୁମାର କର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀଙ୍କ ସମେତ ସମସ୍ତ ସରପଚଂ ଓ ସମିତିସଭ୍ୟ ଶିବିରରେ ଯୋଗଦେଇ ସହେଯାଗ କରିବା ସହ ଶାନ୍ତିଶୃଙ୍ଖଳାରେ ପରିଚାଳନା ନିମିତ ସହଯୋଗ କରିଥିଲେ । ସେହିପରି ବ୍ଲକ ଶିକ୍ଷା ବିଭାଗ , ମହିଳା ଶିଶୁ ବିଭାଗ ତରଫରୁ ନିୟୋଜିତ କର୍ମଚାରୀ ଓ କିଶୋରଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାପୀଠର ସ୍କାଉଟ ଗାଇଡମାନେ ଶିବିର ପରିଚାଳନାରେ ସହେଯାଗ କରିଥିଲେ । ପ୍ରକାଶ ଥାଉକି ବାତ୍ୟା ମାନ୍ଥା ଲାଗି ହୋଇଥିବା ବର୍ଷା ଲାଗି ଆଉ କିଛି ଦିବ୍ୟାଙ୍ଗ ଉକ୍ତ ଶିବିରରେ ଯୋଗ ଦେଇ ପାରିନଥିବା ଜଣାପଡ଼ିଛି । ଫଟୋ କ୍ୟାପସନ – ଡାକ୍ତରଙ୍କ ଦ୍ୱାରା ଜଣେ ଦିବ୍ୟାଙ୍ଗଙ୍କୁ ପରୀକ୍ଷା କରାଯାଉଛି ।

 
			