ଭୁବନେଶ୍ବରରେ ଆମ ବସ କର୍ମଚାରୀଙ୍କ ଦାଦାଗିରି
ଭୁବନେଶ୍ବରରେ ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଥାପଡ଼ ମାରିଲେ ‘ଆମ ବସ୍’ କଣ୍ଡକ୍ଟର। ବସ୍ ଭିତରୁ ବାହାରି ଆସି ବାହାରେ ଥାପଡ଼ ମାରିଲେ। ଭୁବନେଶ୍ବର ୟୁନିଟ ୮ ମାର୍କେଟ ପାଖରେ ଥିବା ବସଷ୍ଟପର ଘଟଣା । ଯାତ୍ରୀ ଜଣଙ୍କ ବସକୁ ଚଢ଼ୁଥିବା ବେଳେ ହୋଇଥିଲା ଯୁକ୍ତିତର୍କ। ବସ୍ ବାହାରକୁ ବାହାର କରି ଦେବା ସହିତ କଣ୍ଡକ୍ଟର ଜଣଙ୍କ ବାହାରକୁ ଆସି ଶକ୍ତ ଚାପୁଡ଼ା ମାରୁଥିବାର ଦେଖିବାକୁ ମିଳିଛି । ପୁଣି ରାସ୍ତା କଡରେ ତାର ଜାଲିରେ ପକାଇ ମାରିବାରୁ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯାଇଥିବାବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ହସ୍ପିଟାଲକୁ ନେଇଛନ୍ତି । ସେପଟେ ବସ କଣ୍ଡକ୍ଟର କହିବାନୁସାରେ ଯାତ୍ରୀ ଜଣଙ୍କ ନିଶା ଖାଇଥିଲେ। ସେଥିପାଇଁ ସେ ତାଙ୍କୁ ମାରିଲେ। ବସ୍ ନଂ OD33AH0166 ଥିବାବେଳେ କଣ୍ଡକ୍ଟରଙ୍କ ଦାଦାଗିିରିକୁ ନେଇ ଚର୍ଚ୍ଚା ହେଉଛି।
