ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ଧରଣର ଅଗ୍ନିକାଣ୍ଡ

ଭୁବନେଶ୍ୱର ୟୁନିଟ ୧ ପରିବା ବଜାରରେ ଅଗ୍ନିକାଣ୍ଡ । ୧୫ରୁ ୨୦ଟି ଦୋକାନ ହୁତୁହୁତୁ ହୋଇ ଜଳୁଛି । ସବୁ କିଛି ଜଳି ପୋଡି ନଷ୍ଟ ହୋଇଯାଇଛି ।ପାଲ, ତମ୍ବୁ ଯୋଗୁଁ ଭୟଙ୍କର ଭାବେ ବ୍ୟାପୁଛି ନିଆଁ । ୪୦ ରୁ ୫୦ ଟି ଦୋକାନରେ ନିଆଁ ଲାଗିଥିବା ସୂଚନା । ଏଥିସହ ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି । ଘଟଣାସ୍ଥଳରେ ୮ଟି ଅଗ୍ନିଶମ ଗାଡ଼ି ନିୟୋଜିତ ଅଛି । ତେବେ ନିଆଁ କିପରି ଲାଗିଲା ଏଯାଏଁ କାରଣ ଜଣାପଡିନାହିଁ । ନିଆଁ ଲାଗି ଜଳିଯାଇଥିବା ପରିବା ଦୋକାନୀ ଦୁଃଖରେ ଭାଙ୍ଗି ପଡିଛନ୍ତି। ସେପଟେ ଅଗ୍ନିକାଣ୍ଡ ପରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ୍‌ ଉପସ୍ଥିତିରେ ଗୋଡାଇ ଗୋଡାଇ ପିଟିବା ଏବଂ ଚେୟାର ଉଠାଇ ଆକ୍ରମଣ କରିବାର ଦୃଶ୍ୟ ସାମ୍ନାକୁ ଆସିଛି। ଦୋକାନୀ ଦୋକାନୀ ମଧ୍ୟରେ ବିବାଦରୁ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି।