ଭୁବନେଶ୍ୱରରେ ବଲିଉଡ ଷ୍ଟାର ଅକ୍ଷୟ କୁମାର

ଓଡ଼ିଶାରେ ବଲିଉଡ୍ ଷ୍ଟାର ଅକ୍ଷୟ କୁମାର । ଶନିବାର ସନ୍ଧ୍ୟାରେ ଅକ୍ଷୟ କୁମାର ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି । ବିମାନବନ୍ଦର ବାହାରେ ପ୍ରଶଂସକଙ୍କୁ ହାତ ହଲାଇ ସମ୍ବୋଧିତ କରିବା ସହ ସମସ୍ତଙ୍କୁ ନମସ୍କାର କରିଛନ୍ତି ‘ଖିଲାଡ଼ି’ କୁମାର’ । ପରେ କଟକର cda ରେ ଥିବା ଏକ ଘରୋଇ କାର୍ଯ୍ୟକ୍ରମରେ ମଧ୍ୟ ଯିବାର ପ୍ଲାନ ରହିଛି । ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବଳୟ ଭିତରେ ସ୍ୱତନ୍ତ୍ର କାର୍କେଟ ମାଧ୍ୟମରେ ଭୁବନେଶ୍ୱରରୁ କଟକ ଯିବେ ଖିଲାଡୀ କୁମାର ।ଚଳିତ ଡିସେମ୍ବର ମାସରେ ଅକ୍ଷୟ କୁମାର ଦୁଇଥର ଓଡ଼ିଶା ଆସିଲେଣି । ୯ ଦିନ ଭିତରେ ଅକ୍ଷର କୁମାର ଦୁଇଥର ଓଡ଼ିଶା ଆସିବା ତାଙ୍କ ପ୍ରଶଂସକଙ୍କୁ ଉତ୍ସାହିତ କରିଛି । ଗତ ୫ ତାରିଖରେ ଅକ୍ଷୟଙ୍କୁ ଭୁବନେଶ୍ଵର ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ପୁଣି ଆଜି ସେ ବିମାନବନ୍ଦରରୁ ବାହାରୁଥିବା ଦେଖିବାକୁ ମିଳିଛି ।