ଭୁବନେଶ୍ୱରରେ ହେବ ଆଇଆରସି ଅଧିବେଶନ, ଯୋଗଦେବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି

ଭୁବନେଶ୍ୱର ଜନତା ମଇଦାନ୍‌ରେ ହେବ ୮୪ତମ ଇଣ୍ଡିଆନ୍ ରୋଡ କଂଗ୍ରେସ ଅଧିବେଶନ। ଓଡ଼ିଶା ଆସିବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି। IRC ଅଧିବେଶନରେ ଦେବେ ଯୋଗ। ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ଦେଶବ୍ୟାପୀ ପ୍ରାୟ ୨ ହଜାର IRC ପ୍ରତିନିଧି ଯୋଗ ଦେବେ। ଅନେକ VVIP ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପରିଚାଳନା ପାଇଁ ୧୮ଟି କମିଟି ଗଠନ ହୋଇଛି। ରାଜ୍ୟ ବାହାର ପ୍ରତିନିଧିମାନଙ୍କ ରହଣି ପାଇଁ OTDC ଦ୍ୱାରା ଭୁବନେଶ୍ୱରର ୯୦୦ ହୋଟେଲ ରୁମ୍ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ, VVIP,ମାନ୍ୟଗଣ୍ୟ ବ୍ୟକ୍ତି ଏବଂ IRCର ଅଧିକାରୀଙ୍କ ରହଣି ହୋଟେଲରେ ୧୫୦ଟି ରୁମ୍ ସଂରକ୍ଷିତ କରାଯାଇଛି।