ଭୁବନେଶ୍ୱର ଏସିଆ ମହାଦେଶର ଷଷ୍ଠ ଉତ୍ତପ୍ତ ସହର 

ପ୍ରଚଣ୍ଡ ଖରାତାତିରେ ସାରା ରାଜ୍ୟ ଛଟପଟ ହେଉଥିବାବେଳେ ରାଜଧାନୀ ଭୁବନେଶ୍ବର ଚଳିତ ବର୍ଷର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଶୁକ୍ରବାର ଏଠାରେ ଦିନ ତାପମାତ୍ରା ୪୩.୫ ଡିଗ୍ରୀ ଛୁଇଁଥିଲା। ଫଳରେ ସହରର ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଥିଲା। ୪୩.୫ ଡିଗ୍ରୀ ସହ ଏସିଆର ଷଷ୍ଠ ସ୍ଥାନରେ ଭୁବନେଶ୍ବର ରହିଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ୧୦ ଉତ୍ତପ୍ତ ସହର ତାଲିକାରେ ଭାରତର ୫ ସହର ରହିଥିବାବେଳେ ୪୫.୭ ଡିଗ୍ରୀ ସହ ମିଆଁମାର ଚାଉକ ସହର ସର୍ବାଧିକ ଉତ୍ତପ୍ତ ବୋଲି ସେ ପ୍ରକାଶ କରିଛନ୍ତି।

ଆନ୍ଧ୍ରପ୍ରଦେଶର ନନ୍ଦ୍ୟାଲ ୪୩.୭ ସହ ସବୁଠାରୁ ଉତ୍ତପ୍ତ ସହର ଥିଲା |ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଶୁକ୍ରବାର ରାଜ୍ୟର ୨୫ଟି ସହରରେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପର ରହିଥିଲା। ଭୁବନେଶ୍ୱର ତଳକୁ ପାରଳାଖେମୁଣ୍ଡିରେ ୪୨.୬, ତାଳଚେର ୪୨.୧, ମାଲକାନଗିରି ଓ ବୌଦ୍ଧରେ ୪୨.୨, ଅନୁଗୋଳ ୪୨.୧, ବଲାଙ୍ଗୀର, ଟିଟିଲାଗଡ଼ ଓ ନୟାଗଡ଼ରେ ୪୨ ଓ କଟକରେ ୪୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଶନିବାର ମଧ୍ୟ ଏହିଭଳି ତାତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।