ଭେଣ୍ଟିଲେଟରରେ ହ୍ୟୁମାନ ସାଗର । ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ 

ଓଲିଉଡ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ । ପତ୍ନି ଶ୍ରେୟାଙ୍କ ସୂଚନା, ଗତ ୨୪ ଘଣ୍ଟାରେ ହ୍ୟୁମାନଙ୍କ ସ୍ୱାସ୍ଥରେ ଆସୁନି ସୁଧାର । ସ୍ବାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ବର୍ତ୍ତମାନ ସୁଦ୍ଧା ଭେଣ୍ଟିଲେଟରରେ ଅଛନ୍ତି ହ୍ୟୁମାନ୍ ସାଗର । ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ ।। ଡାକ୍ତରୀ ସୂଚନାନୁସାରେ, ହ୍ୟୁମାନ ମସ୍ତିଷ୍କ, ଫୁସ୍‌ଫୁସ୍, ବୃକକ୍, ଯକୃତ, ରକ୍ତ ଜମାଟ ବାନ୍ଧିବା ଏବଂ ରକ୍ତଚାପକୁ ପ୍ରଭାବିତ କରୁଥିବା ଅତ୍ୟଧିକ ବହୁ-ଅଙ୍ଗ କାର୍ଯ୍ୟହୀନତା ସିଣ୍ଡ୍ରୋମ (Severe Multi-Organ Dysfunction Syndrome – MODS), ​ଆକ୍ୟୁଟ୍ ଅନ୍ କ୍ରନିକ୍ ଲିଭର୍ ଫେଲ୍ୟୁର୍ (Acute on Chronic Liver Failure – ACLF), ​ଦ୍ୱିପାର୍ଶ୍ୱୀୟ ନିମୋନିଆ (Bilateral Pneumonia) (ଉଭୟ ଫୁସ୍‌ଫୁସ୍‌ରେ ସଂକ୍ରମଣ), ​ହୃତ୍‌ପିଣ୍ଡର ପମ୍ପିଂ କାର୍ଯ୍ୟ ଅତ୍ୟନ୍ତ ହ୍ରାସ ସହ ଡାଇଲେଟେଡ୍ କାର୍ଡିଓମାଇଓପାଥି (Dilated Cardiomyopathy) ରୋଗରେ ପୀଡ଼ିତ ।

ହ୍ୟୁମାନଙ୍କୁ ଭେଟିବା ପରେ ଅର୍ଦ୍ଧେନ୍ଦୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ”ଏହା ଏକ କଠିନ ସମୟ ଆମ ପାଇଁ । ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ଆମେ ସମସ୍ତେ ପ୍ରାର୍ଥନ କରିବା ଦରକାର ସେ ଶୀଗ୍ର ସୁସ୍ଥ ହୁଅନ୍ତୁ । ଡାକ୍ତରଙ୍କ କହିବାନୁସାରେ,ସେ ସ୍ଥିର ହେବାରେ 3 ଦିନ ଲାଗିବ । 3 ଦିନ ପରେ ତାଙ୍କର ଚିକିତ୍ସା ଆହୁରି ଭଲ ଭାବେ କରାଯିବ । ସାରା ଓଡ଼ିଶାବାସୀ ତାଙ୍କ ପାଇଁ ପ୍ରାର୍ଥନା ଓ ଆଶୀର୍ବାଦ କରନ୍ତୁ ସେ ଶୀଘ୍ର ସୁସ୍ଥ ହୋଇ ଯେପରି ପୁଣି ଆମ ଗହଣକୁ ଫେରିବେ ଏତିକି ମୁଁ କାମନା କରୁଛି ।”ସେହିପରି ଗୀତିକାର ସୋମେଶ ମଧ୍ୟ ତାଙ୍କ ଶୀଘ୍ର ସୁସ୍ଥତା କାମନା କରିବା ସହ ଖରାପ କମେଣ୍ଟ ନ କରିବାକୁ ଅନୁରୋଧ କରିଛନ୍ତି । ଏପରି କଠିନ ସମୟରେ ତାଙ୍କ ପରିବାର ସହ ଠିଆ ହେବା ସହ ହ୍ୟୁାନ ସାଗରଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିବାକୁ କହିଛନ୍ତି ।