ଭ୍ରୁଣଟି ତାଙ୍କ ଗର୍ଭାଶୟ ପରିବର୍ତ୍ତେ ପେଟରେ ବଢୁଛି

ଇଂଲଣ୍ଡରେ ଜଣେ ମହିଳା ୫ମାସରେ ଗର୍ଭବତୀ ଥିଲେ। ହଠାତ୍‌ ଦିନେ ତାଙ୍କ ପେଟରେ ଜୋରରେ ଦରଜ ଅନୁଭବ ହେଲା ତେଣୁ ବିଳମ୍ବ ନ କରି ସାଙ୍ଗେ ସାଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କର ସ୍କାନିଂ କରିଥିଲେ। ଏହାପରେ ଡାକ୍ତର ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ମହିଳା ଜଣକ ୫ମାସର ଗର୍ଭବତୀ ଥିଲେ ଏହା ସତ୍ୟ କିନ୍ତୁ ସିଟି ସ୍କାନିଂରୁ ଜଣାପଡିଲା କି, ଭ୍ରୁଣଟି ତାଙ୍କ ଗର୍ଭାଶୟ ପରିବର୍ତ୍ତେ ପେଟରେ ବଢୁଛି। କାରଣ ଏପରି ଘଟଣା ବିରଳ ହୋଇଥାଏ। ଦୁନିଆରେ କେବଳ ଏକ ପ୍ରତିଶତ ଲୋକଙ୍କ ପାଖରେ ଏପରି ମାମଲା ଦେଖିବାକୁ ମିଳିଥାଏ। ମହିଳାଙ୍କ ଜୀବନ ପ୍ରତି ବିପଦ ଥିବା ଅନୁମାନ କରି ତାଙ୍କର ଡେଲିଭରି କରାଯାଇଥିଲା। ଡାକ୍ତରଙକୁ ସର୍ଜରୀ କରିବାକୁ ପଡିଥିଲା। ବର୍ତ୍ତମାନ ମାଆ ଓ ଛୁଆ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହି ବିରଳ ମେଡିକାଲ ସର୍ଜରୀ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।