ମକର ସଂକ୍ରାନ୍ତି-କେମିତି ପ୍ରସ୍ତୁତ କରିବେ ମକର ଚାଉଳ?

ହିନ୍ଦୁ ଧର୍ମରେ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଏ ମକର ସଂକ୍ରାନ୍ତି। ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି ମକର ଚାଉଳ। ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ସଠିକ ପ୍ରଣାଳୀ।

ସାମଗ୍ରୀ:ନୂଆ ଅରୁଆ ଚାଉଳ –୧ କପ୍‌,କ୍ଷୀର – ଅଧ କପ୍‌,ନଡ଼ିଆ କୋରା – ଅଧ କପ୍‌,କଦଳୀ – ୩ଟି,ସେଓ -୧ଟି,ଚିନି/ଗୁଡ଼ – ୪ ଚାମଚ,ଛେନା – ଗୋଟେ କପ୍‌,ଗୁଜୁରାତି ଗୁଣ୍ଡ– ୧ ଚାମଚ,ଡାଳିମ୍ବ – ଅଧା ଡାଳିମ୍ବ,ଗୋଲମରିଚ ଗୁଣ୍ଡ – ୧ ଚାମଚ

ପ୍ରଣାଳୀ-ନୂଆ ଅରୁଆ ଚାଉଳକୁ ଭଲ ଭାବରେ ଧୋଇ ତାକୁ ୩ରୁ ୪ ଘଣ୍ଟା ପାଇଁ ବତୁରାଇ ଦିଅନ୍ତୁ। ୪ ଘଣ୍ଟା ପରେ ଚାଉଳକୁ ଛାଣି ଦେଇ ବାଟି ଦିଅନ୍ତୁ। ଚାଉଳକୁ ବେଶି ବାଟିବେ ନାହିଁ, ଖଦଡ଼ା କରି ବାଟିବେ। ନଚେତ୍‌ ହାତରେ ଚକଟି ଦେଲେ ମଧ୍ୟ ନୂଆ ଚାଉଳ ଗୁଣ୍ଡ ହୋଇଯିବ।ଏବେ ଏହି ଚାଉଳରେ କ୍ଷୀର, କଦଳୀ, ଚିନି, କଟା ଅଦା ପକାଇ ଚକଟିଦେବେ। ଏହାପରେ କଟା ସେଓ, ଚିନି, ଡାଳିମ୍ବ, ଛେନା, ଗୁଜୁରାତି ଓ ଗୋଲମରିଚ ଗୁଣ୍ଡ ମିଶାଇବେ। ଏବେ ପ୍ରସ୍ତୁତ ହୋଇଗଲା ଓଡ଼ିଶାର ସ୍ପେଶାଲ ମକର ଚାଉଳ।