ମଙ୍କିପକ୍ସ ଭାଇରସ୍‌ କେଉଁ କେଉଁ ସ୍ଥାନରେ ରୁହେ?

ମାରାତ୍ମକ ମଙ୍କିପକ୍ସ ଭୂତାଣୁକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆମେରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର(ସିଡିସି) ଯେଉଁ ତଥ୍ୟା ଦେଇଛି ତାହା ଚିନ୍ତାଜନକ। ମଙ୍କିପକ୍ସ ଭାଇରସ୍‌ ସୋଫା, ବେଡ୍‌ସିଟ୍, କଫି ମେସିନ, କମ୍ପ୍ୟୁଟର ମାଉସ୍‌ ଏବଂ ଲାଇଟ୍‌ ସ୍ୱିଚ୍‌ରେ ଆଦିରେ ଦିନ ଦିନ ଧରି ରହିପାରେ। ଏକ ଗବେଷଣାରୁ ଏପରି ଜଣାପଡ଼ିଛି।

ସିଡିସି ଗବେଷଣାରେ ଜଣାପଡିଛି ଯେ ଜଣେ ବ୍ୟକ୍ତି ମଙ୍କିପକ୍ସ ହେବାର ୨୦ ଦିନ ପର୍ଯ୍ୟନ୍ତ ଏହିସବୁ ବହୁଳ ବ୍ୟବହାର୍ଯ୍ୟ ସ୍ଥାନଗୁଡ଼ିକରେ ୭୦ ପ୍ରତିଶତ ଭାଇରସ ଚିହ୍ନଟ ହୋଇଛନ୍ତି। ତେବେ ଆଶ୍ୱସ୍ତିକର କଥା ହେଲା କୌଣସି ଜୀବିତ ଭାଇରସକୁ କିନ୍ତୁ ଚିହ୍ନଟ କରାଯାଇ ନାହିଁ। ତେଣୁ ଏହିସବୁ ଆସବାବରୁ ସଂକ୍ରମଣ ଆଶଙ୍କା କମ୍‌ ବୋଲି ସିଡିସି କହିଛି।

ତେବେ ଘର ସଫେଇ ଓ ଭୂତାଣୁଶୋଧନ କରିବାରେ ସଂକ୍ରମଣ ନିୟନ୍ତ୍ରଣ ହୋଇପାରେ ବୋଲି ସିଡିସି କହିଛି। ତେବେ ମଙ୍କିପକ୍ସର ଆନୁବଂଶିକ ପରିବର୍ତ୍ତନ(ଜେନେଟିକ୍ ଚେଞ୍ଜ୍) ବିଶ୍ୱରେ ଏହି ଭୂତାଣୁ ବ୍ୟାପୁଛି କି ନାହିଁ ସେ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗବେଷଣା ଜାରି ରଖିଛି।

ପୂର୍ବରୁ ମଙ୍କିପକ୍ସ ବ୍ୟାପିବା ନେଇ ସତର୍କ ସୂଚନା ଜାରି କରିଥିଲା ସିଡିସି। ଏହା ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ସୁସ୍ଥ ଲୋକଙ୍କୁ ବ୍ୟାପିଥାଏ। ଶ୍ୱାସକ୍ରିୟାରେ ମୁହଁରୁ ବାହାରିପଡ଼ିବା ପାଣି ବୁନ୍ଦା, ମୁହଁରେ ମୁହଁ ଲଗାଇବା, ଶାରିରୀକ ସମ୍ପର୍କ, ଚୁମା ଦେବା ଆଦିରେ ଭାଇାରସ୍ ବ୍ୟାପିଥାଏ ବୋଲି ସିଡିସି କହିଥିଲା। ତେବେ ବର୍ତ୍ତମାନ ସିଡିସିର ସଦ୍ୟ ଗବେଷଣା କହୁଛି ଯେ ମଙ୍କିପକ୍ସ ଯୌନକ୍ରିୟା ସଂକ୍ରମିତ ହୋଇପାରେ।

ସୂଚନା ଥାଉକି ଏହି ଭୂତାଣ ବର୍ତ୍ତମାନ ୯୨ଟି ଦେଶକୁ ବ୍ୟାପିସାରିଲାଣି। ମଙ୍କିପକ୍ସରେ ୩୫ ହଜାର ରୋଗୀ ଚିହ୍ନଟ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭୂତାଣୁର ଆଉ ଦୁଇଟି କ୍ଲାଡ୍ ଆଇ ଓ କ୍ଲାଡ୍ ଡବଲଆଇ ଭ୍ୟାରିଏଣ୍ଟ ଚିହ୍ନଟ କରିଛି। ପୁଣି କ୍ଲାଡ୍ ଡବଲଆଇର ଦୁଇଟି ସବ୍‌କ୍ଲାଡ୍‌ ଆଇଏ ଡବଲଆଇବି ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛି।

ତେବେ ଯଦି ଜଣେ ବ୍ୟକ୍ତି ସଂକ୍ରମିତି ବ୍ୟକ୍ତଙ୍କୁ ଠାରୁ ଶାରିରୀକ ଛୁଆଁରୁ ଦୂରେଇ ରହିବେ ଓ ସଂକ୍ରମିତ ବ୍ୟକ୍ତି ବ୍ୟବହାର କରୁଥିବା ସାମଗ୍ରୀ ବ୍ୟବହାରନ ନ କରିବେ ତେବେ ଏହି ଭୂତାଣୁର ରକ୍ଷା ମିଳିପାରିବ ବୋଲି ହୁ କହିଛି।