ମଙ୍କିପକ୍ସ ସଂକ୍ରମିତ ଦେଶରୁ ଫେରିଥିବା ଜଣେ ଯୁବକ ସଂକ୍ରମିତ ହୋଇଥିବା ସନ୍ଦେହ

ମଙ୍କିପକ୍ସ ସଂକ୍ରମିତ ଦେଶରୁ ଫେରିଥିବା ଜଣେ ଯୁବକ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ସମ୍ପୃକ୍ତ ରୋଗୀଙ୍କୁ ଏକ ନିର୍ଦ୍ଦିଷ୍ଟ ଡାକ୍ତରଖାନାରେ ଅଲଗା ରଖାଯାଇଛି ଏବଂ ମଙ୍କିପକ୍ସ ସଂକ୍ରମଣ ନିଶ୍ଚିତ କରିବା ପାଇଁ ତାଙ୍କ ନମୁନା ପରୀକ୍ଷା କରାଯାଉଛି। । ଠାବ ହୋଇଥିବା ଏହି ରୋଗୀଙ୍କ ରକ୍ତନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ପ୍ରୋଟୋକଲ ଅନୁଯାୟୀ ମାମଲାର ସମୀକ୍ଷା ସହ ପଦକ୍ଷେପ ଗ୍ରହଣ କରାଯାଉଛି।

ସମ୍ଭାବ୍ୟ ଉତ୍ସକୁ ଚିହ୍ନଟ କରିବା ଏବଂ ଦେଶ ଭିତରେ ଏହାର ପ୍ରଭାବ ଆକଳନ କରିବା ପାଇଁ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମାରାତ୍ମକ ଭୂତାଣୁ ଯୋଗୁ ସୃଷ୍ଟି ହେବାକୁ ଥିବା ଯେକୌଣସି ସମ୍ଭାବ୍ୟ ବିପଦକୁ ହ୍ରାସ କରିବା ଏବଂ ନିୟନ୍ତ୍ରଣ କରିବାକୁ ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।