ମଙ୍ଗଳବାର ସ୍ଥଳଭାଗ ଛୁଇଁବ ବାତ୍ୟା ‘ମିଗଜାଉଁ’

ଆସନ୍ତା ୫ ତାରିଖରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମଛଲିପଟନମ୍‌ର ଉତ୍ତରରେ ବାତ୍ୟା ‘ମିଗଜାଉଁ’ ସ୍ଥଳଭାଗକୁ ଅତିକ୍ରମ କରିବ । ୫ ତାରିଖ ପୂର୍ବାହ୍ନରେ ନେଲ୍ଲୋର ଓ ମଛଲିପଟନମ୍‌ ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ଘଣ୍ଟା ପ୍ରତି ସର୍ବାଧିକ ୯୦ରୁ ୧୦୦ କି.ମି. ବେଗରେ ପବନ ବହିବ। ଏହାର ପ୍ରଭାବରେ ଓଡ଼ିଶାରେ ୩ଦିନ ଭାରି ବର୍ଷାର ସମ୍ଭାବନା ରହିଥିବାରୁ ଏନେଇ ସତର୍କ କରିଛି ପାଣିପାଗ ବିଭାଗ।ଜଳବନ୍ଦୀ ଓ ଭୂସ୍ଖଳନ ଆଶଙ୍କା ବି ଅଛି । ନିର୍ଧୁମ ବର୍ଷା ଯୋଗୁ ଫସଲକୁ ବ୍ୟାପକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ।ବାତ୍ୟା ପ୍ରଭାବରେ ୪ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଅଧିକାଂଶ ସ୍ଥାନରେ ୭୦ରୁ ୧୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

ଏହାବ୍ୟତୀତ ପୁରୀ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ଜଗତ୍‌ସିଂହପୁର ଓ କଟକରେ ବି ବର୍ଷିବ ।ଅନ୍ୟପକ୍ଷରେ ୪ ତାରିଖ ସାରୁ ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ତେଣୁ ୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଗଭୀର ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ୬ ତାରିଖ ପର୍ଯ୍ୟନ୍ତ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ସହ ଓଡ଼ିଶା ଉପକୂଳ ଅଞ୍ଚଳକୁ ସତର୍କତା ଜାରି ହୋଇଛି।