ମଙ୍ଗଳ ମହାଦଶା ଥିଲେ କରନ୍ତୁ ଏମିତି ପ୍ରତିକାର ।

ନାମ ମଙ୍ଗଳ କିନ୍ତୁ ସମସ୍ତ ଅମାଙ୍ଗଳୀକ କାର୍ଯ୍ୟ ପାଇଁ ଦାୟୀ. ମହାଦେବଙ୍କ ଝାଳ ବୁନ୍ଦା ପୃଥିବୀରେ ପଡିବା କ୍ଷଣି ତହିଁରୁ ଉତ୍ପନ ହେଲେ ମଙ୍ଗଳ. ପୃଥିବୀ ମାତାଙ୍କ ଠାରୁ ଜନ୍ମ ହୋଇଥିବାରୁ ମଙ୍ଗଳ ଗ୍ରହଙ୍କୁ ଭୂମି ତନୟ ବା ଧରିତ୍ରୀ ପୁତ୍ର ମଧ୍ୟ କୁହାଯାଏ. ପ୍ରଚଣ୍ଡ କ୍ରୋଧୀ ଗ୍ରହ ହୋଇଥିବା କାରଣରୁ ପ୍ରତ୍ୟେକ ଜୀବ ମଙ୍ଗଳ ଦଶା ନିଶ୍ଚିନ୍ତ ଭୋଗ କରେ. କୁଣ୍ଡଳୀରେ ମଙ୍ଗଳ ଦୋଷ ଥିଲେ ବ୍ୟକ୍ତି ରକ୍ତ ସମ୍ବନ୍ଧୀୟ ପୀଡା ଭୋଗ କରେ. କର୍କଟ ରୋଗ, ଅତିସାର, ରକ୍ତତୀସର, ଅସ୍ଥି ଭଙ୍ଗ ଭଳି ଦୁଃସାଧ୍ୟ ରୋଗକୁ ଭୋଗ କରେ. ମଙ୍ଗଳଙ୍କ ପ୍ରକୋପ ପଡିଲେ ହିଂସାତ୍ମକ କାଣ୍ଡ, ହାଣି ହୋଇଯିବା, ବାହାନ ଦୁର୍ଘଟଣା,

ଜମିବାଡ଼ିକୁ ନେଇ ବିବାଦ, ପଶୁ ମାନଙ୍କ ଦ୍ୱାରା ଆଘାତ ପ୍ରାପ୍ତ ହେବାକୁ ପଡେ. ଭାଇ ବିବାଦ, ଚୋରି, ଅବୈଧ ଯୌନ ସମ୍ପର୍କ ଓ ସେଥିରୁ ଜାତ ରୋଗ, ତଥା ରଣର କାରଣ ମଧ୍ୟ ମଙ୍ଗଳ. ଗାଁର ମୁଖିଆ, ପୋଲିସ, ସୈନ୍ୟ, ଡ୍ରାଇଭର, ଯନ୍ତ୍ରୀଙ୍କ ଦ୍ୱାରା କ୍ଷତି ଗ୍ରସ୍ତ ହେବା, ଗୁଣ୍ଡା ବଦମାସଙ୍କ ଶିକାର ହେବା, କୌଣସି ବସ୍ତୁ ଭାଙ୍ଗିଯିବା, ଜଳିଯିବା, ଆଦି ସମସ୍ତ ଅଗ୍ନି ସମ୍ବନ୍ଧୀୟ ପୀଡାପାଇଁ ଓ ଏ ସମସ୍ତ ଦୁର୍ଦ୍ଦଶା ପାଇଁ ଦାୟୀ କେବଳ ମଙ୍ଗଳ ଗ୍ରହଙ୍କ ମହାଦଶା . ଏଣୁ ମଙ୍ଗଳ ଗ୍ରହଙ୍କୁ ଶାନ୍ତ କରିବା ନିହାତି ଆବଶ୍ୟକ.

ପ୍ରତିକାର: ୧) ଅନନ୍ତ ଗଛର ଚେର ଧାରଣ କରିବା ଦ୍ୱାରା ମଙ୍ଗଳ ଗ୍ରହଙ୍କ ପ୍ରକୋପରୁ ତ୍ରାହି ମିଳେ.
୨) ମଙ୍ଗଳ ମହାଦଶା ଅତି ଦୁଃଖଦାୟକ ପୀଡା ଦେଉଥିଲେ ପ୍ରତ୍ୟେକ ମଙ୍ଗଳବାର ଦିନ ମାତା ପାର୍ବତୀଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ. ନିଶ୍ଚିନ୍ତ କଷ୍ଟ ଲାଘବ ହେବ.
୩) ମାଙ୍ଗଳିକ ଦୋଷରେ ପୀଡିତ ବ୍ୟକ୍ତି ପ୍ରତି ମଙ୍ଗଳବାର ଦିନ ସିନ୍ଦୁର ଘିଅରେ ମିଶେଇ କଳା ତୁଳସୀ ଉପରେ ରାମ ଲେଖି ହନୁମାନ ମନ୍ଦିରରେ ହନୁମାନଙ୍କୁ ଅର୍ପଣ କରନ୍ତୁ. ମାଙ୍ଗଳିକ ଦୋଷ ନିଶ୍ଚିନ୍ତ ଖଣ୍ଡନ ହେବ ତଥା ମଙ୍ଗଳ ମହାଦଶାରୁ ମୁକ୍ତି ମିଳିବ.
୪) ମଙ୍ଗଳ ମହାଦଶା କାରଣରୁ ଯଦି ଋଣ ଅତି ପରିମାଣରେ ବଢ଼ିଯାଇ ଥାଏ ତେବେ ଋଣ ମୋଚନ ମଙ୍ଗଳ ସ୍ତୋତ୍ର ବିଧି ବିଧାନ ସହ ପାଠ କରନ୍ତୁ. ନିଶ୍ଚୟ ଲାଭ ମିଳିବ.
୫) ମାତା ବଗଳାମୁଖୀଙ୍କ ଯନ୍ତ୍ର ପ୍ରାଣ ପ୍ରତିଷ୍ଠା କରି ବିଧି ବିଧାନ ସହକାରେ ପୂଜା କଲେ ମଧ୍ୟ ମଙ୍ଗଳ ଗ୍ରହଙ୍କ ପ୍ରକୋପରୁ ମୁକ୍ତି ମିଳେ.
୬) ୪୧ ମଙ୍ଗଳବାର ହନୁମାନ ଚାଳିଶା ୧୦୮ ଥର ବିଧି ବିଧାନ ସହ ପାଠ କଲେ ଭୟଙ୍କରରୁ ଭୟଙ୍କର ମଙ୍ଗଳ ଗ୍ରହଙ୍କ ଦ୍ୱାରା ପ୍ରଦତ୍ତ ହାନୀରୁ ରକ୍ଷା ମିଳେ.