ମଝି ଆକାଶରେ ଅସୁସ୍ଥ ହେଲେ ଯାତ୍ରୀ,ଭୁବନେଶ୍ୱରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଜରୁରୀ ଅବତରଣ

ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଏକ ବିମାନ ଜରୁରୀକାଳୀନ ଅବତରଣ କରିଛି। ମଝି ଆକାଶରେ ଜଣେ ଯାତ୍ରୀ ହଠାତ୍‌ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ବିମାନକୁ ଜରୁରୀକାଳନୀ ଅବତରଣ କରାଯାଇଛି। ଭୁବନେଶ୍ବର ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସୂଚନାମୁତାବକ ଆଜି ଦିନ ୪ଟା ୫୩ ମିନିଟ ସମୟରେ AirIndiaExpress-1295 ବିମାନ ୧୭୪ ଯାତ୍ରୀଙ୍କୁ ନେଇ ବାଙ୍ଗଲୋରରୁ ଗୌହାଟି ଯାଉଥିବା ସମୟରେ ଜଣେ ଯାତ୍ରୀଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା । ହେବାରୁ ମେଡିକାଲ ଏମର୍ଜେନ୍ସୀ ପାଇଁ ଭୁବନେଶ୍ୱରରେ ବିମାନଟିକୁ ଜରୁରୀ ଅବତରଣ କରାଯାଇଥିଲା । ତେବେ ଉକ୍ତ ଯାତ୍ରୀଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ସ୍ଥାନାନ୍ତର କରାଯିବ ପରେ ଅନ୍ୟ ଯାତ୍ରୀଙ୍କୁ ନେଇ ପୁଣି ଉଡାଣ ଭରିଥିଲା AirIndiaExpress-1295 । ଅସୁସ୍ଥ ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଥିବା ଯାତ୍ରୀ ଜଣକ ଏବେ ସୁସ୍ଥ ଅଛନ୍ତି |