ମଞ୍ଚ ଉପରେ ଟଳିପଡ଼ିଲେ ଅଭିନେତା ଦେବକାନ୍ତ ମିଶ୍ର
ମଞ୍ଚରେ ଅଭିନୟ କରୁ ଥିବା ବେଳେ ଟଳିପଡ଼ିଲେ ଅଭିନେତା । ‘ଆଖି ଅବୁଝାକୁ ଲୁହ ଅବୁଝା’ ନାଟକରେ ମଞ୍ଚରେ ଅଭିନୟ ବେଳେ ଲୁହରେ ଭସାଇ ଆରପାରିକୁ ଚାଲିଗଲେ ଅଭିନେତା ଦେବକାନ୍ତ ମିଶ୍ର । ଜଗତସିଂହପୁର ସଦର ବ୍ଲକ ଦାସକୁଦରେ ଏହି ଦୁଃଖଦ ଘଟଣା ଘଟିଛି । ସୂଚନାମୁତାବକ ‘ଆଖି ଅବୁଝାକୁ ଲୁହ ଅବୁଝା’ ନାଟକରେ ମାନଗୋବିନ୍ଦ ଚରିତ୍ରରେ ନିଖୁଣ ଅଭିନୟ କରୁଥିଲେ । ଦର୍ଶକମାନେ ନାଟକ ଭିତରେ ମଜି ଯାଇଥିଲେ । ହଠାତ୍ ମଞ୍ଚ ଉପରେ ଟଳିପଡ଼ିଥିଲେ ଅଭିନେତା ଦେବକାନ୍ତ ମିଶ୍ର । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
