ମଞ୍ଚ ଉପରେ ବସିଥିଲେ ପ୍ରଧାନମନ୍ତ୍ରୀ ମୋଦି, ପାଦ ଛୁଇଁ ପ୍ରଣାମ କଲେ ଐଶ୍ୱର୍ଯ୍ୟା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ସ୍ୱର୍ଗତ ଆଧ୍ୟାତ୍ମିକ ଗୁରୁ ଶ୍ରୀ ସତ୍ୟସାଇ ବାବାଙ୍କ ଜୀବନ , ଶିକ୍ଷା ଏବଂ ଐତିହ୍ୟକୁ ସମ୍ମାନ ଜଣାଇବା ପାଇଁ ୧୦୦ ଟଙ୍କାର ଏକ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକେଟ ସେଚ ଉନ୍ମୋଚନ କରିଛନ୍ତି । ଶ୍ରୀ ସତ୍ୟସାଇଙ୍କ ଜନ୍ମ ବାର୍ଷିକୀ ଉତ୍ସବରେ ମୋଦି ଅଂଶ ଗ୍ରହଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ, ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, କେ ରାମ ମୋହନ ନାଇଡୁ, ସଚିନ ତେନ୍ଦୁଲକର ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଶ୍ରୀ ସତ୍ୟସାଇ ବାବାଙ୍କ ବାର୍ତ୍ତା କେବଳ ପୁସ୍ତକ, ପ୍ରବଚନ ଏବଂ ଆଶ୍ରମରେ ସୀମିତ ନୁହେଁ। ତାଙ୍କ ଶିକ୍ଷାର ପ୍ରଭାବ ଲୋକଙ୍କ ମଧ୍ୟରେ ଦୃଶ୍ୟମାନ। ସେ ଆହୁରି କହିଛନ୍ତି ଯେ ଆଜି ଭାରତର ସହରଠାରୁ ଛୋଟ ଗାଁ, ସ୍କୁଲରୁ ଆଦିବାସୀ ବସତି ପର୍ଯ୍ୟନ୍ତ, ସଂସ୍କୃତି, ଶିକ୍ଷା ଏବଂ ଚିକିତ୍ସା ସେବାର ଏକ ଆଶ୍ଚର୍ଯ୍ୟଜନକ ପ୍ରବାହ ଦୃଶ୍ୟମାନ ହେଉଛି । ଏହି କାର୍ଯ୍ୟକ୍ରମର ଏକ ଝଲକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେୁଥିବା ବେଳେ, ଏହାର ଦୃଶ୍ୟ ବ୍ୟବହାରକାରୀଙ୍କ ହୃଦୟକୁ ଛୁଇଁଯାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଐଶ୍ୱର୍ଯ୍ୟା ରାୟ ଏକାଠି ଦେଖାଯାଉଛି। ଐଶ୍ୱର୍ଯ୍ୟା ରାୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଲୋକମାନେ ଅଭିନେତ୍ରୀଙ୍କ ସଂସ୍କାରକୁ ପ୍ରଶଂସା କରିଛନ୍ତି ।ତେବେ ସମାରୋହ ସମୟରେ, ଐଶ୍ୱର୍ଯ୍ୟା ବାବାଙ୍କ ଶିକ୍ଷାକୁ ମନେ ପକାଇ ଏକ ପ୍ରଭାବଶାଳୀ ଭାଷଣ ଦେଇଥିଲେ। ତାଙ୍କ ଭାଷଣରେ, ଐଶ୍ୱର୍ଯ୍ୟା କହିଥିଲେ, “କେବଳ ଗୋଟିଏ ଜାତି ଅଛି, ମାନବତାର ଜାତି। କେବଳ ଗୋଟିଏ ଧର୍ମ ଅଛି, ପ୍ରେମର ଧର୍ମ। କେବଳ ଗୋଟିଏ ଭାଷା ଅଛି, ହୃଦୟର ଭାଷା। ଏବଂ କେବଳ ଗୋଟିଏ ଈଶ୍ୱର ଅଛନ୍ତି, ଏବଂ ସେ ସର୍ବବ୍ୟାପୀ।”
