ମଣ୍ଡସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ
ଗଣିଆ ,( ବିଶ୍ୱରଞ୍ଜନ ସେଠି) ଗଣିଆ ବ୍ଲକ ମଣ୍ଡଳ ଶିକ୍ଷାଅଧିକାରୀଙ୍କ କାଯ୍ୟାଳୟ ପରିସରରେ ଶୁକ୍ରବାର ମଣ୍ଡଲ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଅଛି। । ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଅଂଶ ଗ୍ରହଣ କରିଥିଲେ ।ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସିନିୟର୍, ଜୁନିଅର ଓ ସୁପର ସିନିୟର୍ ତିନୋଟି ଦଳରେ ବିଭକ୍ତ କରାଯାଇ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା । ପ୍ରତିଯୋଗୀ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତର୍କ, ରଚନା ଲିଖନ, ଭାସନ୍ , ଚିତ୍ରାଙ୍କନ କୁଇଜ୍, ସଙ୍ଗୀତ ଓ ଦଳଗତନୃତ୍ୟ ଆଦି ପ୍ରତିଯୋଗିତା କରଯାଇଥିଲା । ସେହିପରି ଦିବ୍ୟଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହେଇଥିଲା। ଏଥି ସହିତ ପ୍ରତିଯୋଗୀ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପି ଏମ ପୋଷଣ ରେ ଚିତ୍ର କଳା ଓ ଶିଳ୍ପ କଳା ପ୍ରତିଯୋଗିତା ମଧ୍ୟ ହୋଇଥିଲା ।

ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣା ବଳିକୁ ବିକାଶ କରିବା ପାଇଁ ସୁରଭି କାର୍ଯ୍ୟକ୍ରମ ର ମୂଳ ଲକ୍ଷ। ଯାହାଫଳରେ କି ଶିଶୁ ମାନଙ୍କ ମଧ୍ୟରେ ଲୁକାଇତ ହୋଇ ରହିଥିବା ଗୁଣ ବା କଳାର ବିକାଶ ହୋଇପାରିବ । ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନେ ଜିଲ୍ଲା ସ୍ତରୀୟ ଶିଶୁ ସୁରଭି ମହୋତ୍ସବରେ ଅଂଶ ଗ୍ରହଣ କରିବେ ବୋଲି ବ୍ଲକ ଶିକ୍ଷା ଅଧିକାରୀଙ୍କ କର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ଦଳଗତ ନୃତ୍ୟ ପ୍ରତିଯୋଗିତାରେ ବଡଶିଲିଙ୍ଗା ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ସୁରଭି କୁ ମନୋନୀତ ହୋଇଥିବା ଜଣାପଡିଛି । ବ୍ଲକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟଙ୍କ ସଭାପତିତ୍ଵରେ ଆୟୋଜିତ ଏଇ କାଯ୍ୟକ୍ରମରେ ମୁଖ୍ୟ ଅତିଥଭାବେ ବ୍ଲକ ଅଧ୍ୟକ୍ଷା ଝୁନା ଜେନା ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ କଂଧମାଳ ସାଂସଦଙ୍କ ବ୍ଲକ ପ୍ରତିନିଧି ଶରତ କୁମାର କର , ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା , ଗଣିଆ ସମିତି ସଭ୍ୟ ଫକିର ମୋହନ ଡାକୁଆ , ପି ଏମ ଶ୍ରୀ କିଶୋଚନ୍ଦ୍ର ନୋଡାଲ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷୟତ୍ରୀ ନିହାର ବାଳା ରାଉତଙ୍କ ସମେତ ଏବିଓ ରବୀନ୍ଦ୍ରନାଥ ବେହେରା , ନିରୁପମା ମହାପାତ୍ର ଓ ବିନୋଦିନୀ ପଣ୍ଡା ଯୋଗ ଦେଇଥିଲେ।ଏଇ କାଯ୍ୟକ୍ରମରେ ପ୍ରଥମିକ ଶିକ୍ଷକ ସଙ୍ଘର ସମ୍ପାଦକ ସୁରେଶ୍ କୁମାର ବେହେରା , ଶିକ୍ଷକ ବାମନ ଚରଣ ବାରିକି , ସୁନୀଲ କୁମାର ସାହୁ , ଶୋଭନ ପଣ୍ଡା ପ୍ରଫୁଲ୍ଲ କୁମାର ମିଶ୍ର ବିରେନ୍ଦ୍ର କୁମର ସାହୁ , ଶୁକଦେବ ରାଉତ ଶୁଶାନ୍ତ ରଣା , ବୈଶିଧର ସାହୁ କିଶୋର ପଣ୍ଡା , ପ୍ରଶାନ୍ତ ପାଣିଗ୍ରାହୀ ନିଶାମଣି ପଣ୍ଡା କେଶବ୍ ନାୟକ ସହଯୋଗ କରିଥିଲେ
