ମଧୁମିତାଙ୍କ ମୃତ୍ୟୁ ମାମଲା:ଖୁବ ଶୀଘ୍ର ସ୍ବାଗତିକା ଓ ଝରଣାଙ୍କୁ ଜେରା କରିବ ପୋଲିସ

ସାମ୍ବାଦିକା ମଧୁମିତା ପରିଡାଙ୍କ ମୃତ୍ୟୁ ମାମଲାରେ ପୋଲିସ ତଦନ୍ତ ଜାରି ରଖିଛି। ତେବେ ମୃତ୍ୟୁ ପୂର୍ବରୁ ମଧୁମିତା ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ତାଙ୍କ ଶେଷ ଭିଡିଓ ପୋଲିସକୁ ତଦନ୍ତରେ ଅନେକ ସାହାଯ୍ୟ କରିବ। ମୃତ୍ୟୁ ପୂର୍ବରୁ ମଧୁମିତା ସୋସିଆଲ ମିଡିଆରେ ତାଙ୍କର ବୟାନ ପୋଷ୍ଟ କରିଥିଲେ । ଏକ ଭିଡିଓ ଜାରି କରି ୨ ଜଣ ଯୁବତୀଙ୍କ ନାଁରେ ଅଭିଯୋଗ ଆଣିଥିଲେ । ଯେଉଁ ୨ ଜଣଙ୍କ ପାଇଁ ମଧୁମିତାଙ୍କ ପରିବାରରେ ଝଡ ଉଠିଥିଲା ସେମାନଙ୍କ ପରିଚୟ ପାଇଛି ପୋଲିସ ।ଉଭୟଙ୍କୁ ଧଉଳି ଥାନା ପୋଲିସ ତଦନ୍ତ ପରିସରଭୁକ୍ତ କରିବ । ଧଉଳି ପୋଲିସ ଖୁବଶୀଘ୍ର ଉଭୟଙ୍କୁ ଡାକି ପଚରାଉଚରା କରିବ । ସେମାନଙ୍କଠାରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।ମଧୁସ୍ମିତାଙ୍କ ମୃତ୍ୟୁ ଘଟଣାରେ ସ୍ବାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିସାରିଛି ଧଉଳି ପୋଲିସ । ହତ୍ୟାକାଣ୍ଡ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଧଉଳି ଥାନା ପୁଲିସ। ତଦନ୍ତ ଭେଳେ ଶ୍ରୀଧର ୫ ଜଣ ମହିଳା ଓ ଯୁବତୀଙ୍କ ସହ ସଂପର୍କରେ ଥିବା ପୁଲିସ ଜାଣିବାକୁ ପାଇଛି

ସ୍ବାମୀ ଧୋକା ଦେବା ପରେ ଏହାକୁ ସହି ପାରିନଥିଲା ମଧୁମିତା। ମନକଥା ଶୁଣିବାକୁ କେହି ନଥିବାରୁ ଚାରିପଟୁ ନିରାଶ ହୋଇ ମଙ୍ଗଳବାର ସୋସିଆଲ ମିଡିଆରେ ନିଜର ଦୁଃଖ କହି ସେ ଜୀବନ ହାରିଦେଇଥିଲେ।