ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର: ଭାରତରେ ଲଞ୍ଚ ହେଲା ଓଜେମ୍ପିକ
ଔଷଧ କମ୍ପାନୀ ନୋଭୋ ନରଡିସ୍କ ଭାରତରେ ମଧୁମେହ ଔଷଧ ଓଜେମ୍ପିକ୍ ଲଞ୍ଚ କରିଛି। ଯାହା ଟାଇପ୍ ୨ ମଧୁମେହ ଚିକିତ୍ସାରେ ଏକ ପ୍ରମୁଖ ପଦକ୍ଷେପ। କମ୍ପାନି ଏହାର ୦.୨୫ ଏମଜିର ସାପ୍ତାହିକ ଡୋଜର ମୂଲ୍ୟ ୨୨୦୦ ଟଙ୍କା ଧାର୍ଯ୍ୟ କରିଛି ।Ozempic ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଏକ ସାପ୍ତାହିକ ଇଞ୍ଜେକ୍ସନ ଅଟେ, ଯାହା ୨୦୧୭ରୁ ଆମେରିକା ସମେତ ଦୁନିଆର ଅନେକ ଦେଶରେ ଉପଲବ୍ଧ ହେବ ।ଭାରତୀୟ ବଜାରରେ ଏହି ଔଷଧ ୦.୨୫ ଏମଜି, ୦.୫ ଏମଜି ଓ ୧ ଏମଜି ଉପଲବ୍ଧ ହେବ ।କମ୍ପାନି ଦ୍ୱାରା ଘୋଷଣା ମୂଲ୍ୟ ଅନୁସାରେ ୧ mg ଡୋଜର ମୂଲ୍ୟ ୧୧,୧୭୫ ଟଙ୍କା ପ୍ରତି ମାସ ରଖାଯାଇଛି । ସେହିପରି ୦.୫ mg ଡୋଜର ମୂଲ୍ୟ ୧୦,୧୭୦ ଟଙ୍କା ପ୍ରତି ମାସ ରଖାଯାଇଛି । ୦.୨୫ mg ଡୋଜ୍ ପାଇଁ ୮,୮୦୦ ଟଙ୍କା ପ୍ରତି ମାସ ଖର୍ଚ୍ଚ କରିବାକୁ ହେବ । ସାପ୍ତାହିକ ଆଧାରରେ ୦.୨୫ mgର ପ୍ରାରମ୍ଭିକ ମୂଲ୍ୟ ୨୨୦୦ ଟଙ୍କା ରଖାଯାଇଛି ।ଭାରତର ଔଷଧ ନିୟାମକ ସଂସ୍ଥା CDSCO ଅକ୍ଟୋବର ୨୦୨୪ରେ Ozempicକୁ ଟାଇପ୍-୨ ଡାଇବେଟିସ୍ ଥିବା ବୟସ୍କଙ୍କ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଥିଲା । ଆମେରିକାର ଏଫଡିଏ ଅନୁସାରେ, ଏହା ଔଷଧ ଡାଏଟ୍ ଓ ବ୍ୟାୟାମ ସହ ମିଶି ବ୍ଲଡ୍ ସୁଗର କଣ୍ଟ୍ରୋଲରେ ସାହାଯ୍ୟ କରିବ । ଏହା କାର୍ଡିୟୋବସ୍କୁଲର ରୋଗ ଥିବା ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ହୃତ୍ପିଣ୍ଡ ସହ ଜଡ଼ିତ ବିପଦକୁ କମ କରିବାରେ ସହାୟକ ହେବ |ବିଶେଷଜ୍ଞମାନେ କୁହନ୍ତି ଯେ ଓଜେମ୍ପିକର ପ୍ରଭାବ କେବଳ ରକ୍ତ ଶର୍କରା ନିୟନ୍ତ୍ରଣ ପର୍ଯ୍ୟନ୍ତ ସୀମିତ ନୁହେଁ। ଏହା ଭୋକ କମାଇବା, ଶର୍କରା ସ୍ତର ବଜାୟ ରଖିବା ଏବଂ ଦୀର୍ଘକାଳୀନ ଓଜନ ପରିଚାଳନା କରିବାରେ ମଧ୍ୟ ସାହାଯ୍ୟ କରିପାରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହାକୁ ଏକ ଶୀଘ୍ର ଓଜନ ହ୍ରାସ ଔଷଧ ଭାବରେ ଭାବିବା ଭୁଲ ହେବ ଏହା ମଧୁମେହ ରୋଗୀଙ୍କ ହୃଦୟ ଏବଂ ବୃକକ୍ ସମସ୍ୟାକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିପାରିବ।
