ମଧ୍ୟାହ୍ନ ଭୋଜନରେ ପିଲାଙ୍କ ଥାଳିରେ ଅଣ୍ତା ଦେଲେ..ଫଟୋ ଉଠାଇ ଛଡ଼ାଇନେଲେ ଅଙ୍ଗନବାଡ଼ି ଦିଦି.

ସୋସିଆଲ ମିଡିଆରେ ଅଙ୍ଗନବାଡ଼ି ଦିଦିଙ୍କ ଆଶ୍ଚର୍ଯ୍ୟଜନକ କାମର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଅଙ୍ଗନବାଡ଼ି କର୍ମୀଙ୍କୁ ନେଇ ଲୋକେ ତୀବ୍ର ସମାଲୋଚନା କରୁଛନ୍ତି।ପିଲାଙ୍କୁ ଧାଡ଼ି କରି ବସାଇ ମଧ୍ୟାହ୍ନ ଭୋଜନ ବାଢ଼ିଲେ ଅଙ୍ଗନବାଡ଼ି ଦିଦି । ଖାଇବା ଥାଳିରେ ଅଣ୍ତା ରଖି ପିଲାଙ୍କ ଫଟୋ ଉଠାଇଲେ । ଏହାପରେ କୁନି ପିଲାଙ୍କ ଥାଳିରୁ ଅଣ୍ତା ଛଡ଼ାଇନେଲେ ଦିଦି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁଇ ଅଙ୍ଗନବାଡ଼ି ଦିଦି ଲକ୍ଷ୍ମୀ ଓ ସେହନାଜ ବେଗମଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁଇଜଣଙ୍କୁ ସସପେଣ୍ତ କରାଯାଇଛି ।ସୂଚନାଯୋଗ୍ୟ, କିଛି ଅଙ୍ଗନବାଡ଼ି କର୍ମଚାରୀ ପିଲାଙ୍କୁ ଅଣ୍ଡା ନଦେଇ ସେମାନଙ୍କ ଅଣ୍ଡା ନେଇଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଜିଲ୍ଲାପାଳ ନିୟମ ଜାରି କରି କହିଥିଲେ ଅଙ୍ଗନବାଡ଼ି କେନ୍ଦ୍ରରେ ଯେଉଁଦିନ ପିଲାଙ୍କୁ ଅଣ୍ଡା ଦେବାର ଅଛି ସେଦିନ ଭିଡିଓ ରେକର୍ଡିଂ ହେବ।

ଏହି ନିୟମକୁ ପାଳନ କରିବାକୁ ଯାଇ କର୍ଣ୍ଣାଟକର କୋପାଲ ଜିଲ୍ଲାର ଏକ ଅଙ୍ଗନବାଡି କେନ୍ଦ୍ରର ଦୁଇଜଣ ଅଙ୍ଗନବାଡ଼ି କର୍ମୀ ଚତୁରତା ଦେଖାଇଥ‌ିଲେ। ଯାହାକି ତାଙ୍କୁ ମହଙ୍ଗା ପଡ଼ିଯାଇଛି।