ମଳଦ୍ୱାରରେ ସୁନା ଲୁଚାଇ ନେଉଥିଲେ ଏୟାର ହୋଷ୍ଟେସ

କେରଳର କନ୍ନୁର ବିମାନବନ୍ଦରରେ ଏୟାର ଏକ୍ସପ୍ରେସର ଜଣେ ‌ଏୟାରହଷ୍ଟେସଙ୍କ ପାଖରୁ ଏକକିଲୋ ସୁନା ଜବତ କରାଯିବାର ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପରେ ଉକ୍ତ ଏୟାରହଷ୍ଟେସଙ୍କୁ ପୁଲିସ ଗିରଫ କରି ହେପାଜତକୁ ନେଇ ଯାଇଛି। ପ୍ରଥମଥର ପାଇଁ ଜଣେ ଏୟାର ହୋଷ୍ଟେସ ଏପରି କିଛି କରୁଥିବା ଦେଖିବାକୁ ମିଳିଛି। ଏୟାର ହୋଷ୍ଟେସଙ୍କ ଏହି କାର୍ଯ୍ୟ ରେଭିନ୍ୟୁ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ (ଡିଆର୍‌ଆଇ) ଦ୍ୱାରା କରାଯାଇଥିବା ଏକ ଅପରେଶନ ସମୟରେ ପ୍ରକାଶ ପାଇଥିଲା। ଏହି ସମୟରେ ଏହି ଏୟାର ହୋଷ୍ଟେସଙ୍କ ଏହି କାର୍ଯ୍ୟ ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ଘଟଣା କେରଳର କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଛି। ମସ୍କରରୁ କନ୍ନୁର ଅଭିମୁଖେ ଆସୁଥିବା ବିମାନରେ ସୁନା ଚୋରା ଚାଲାଣ ପାଇଁ ଉଦ୍ୟମ କରାଯାଉଥିବା ଡିଆରଆଇ ଗୁପ୍ତଚର ସୂଚନା ପାଇଥିଲା। ଏହି ପ୍ରୟାସରେ ବିମାନର ଏକ କ୍ୟାବିନ କ୍ରୁ ମଧ୍ୟ ଜଡ଼ିତ ଥିବା ଡିଆରଆଇ ଇଣ୍ଟେଲ ପାଇଥିଲେ। ଏହି ଇଣ୍ଟେଲ ଉପରେ ଆଧାର କରି ଡିିଆର୍‌ଆଇ ସମଗ୍ର କନ୍ନୁର ବିମାନବନ୍ଦରରେ ଏହାର ଜାଲ ବିସ୍ତାର କରିଥିଲା।ଗିରଫ ଏୟାରହଷ୍ଟେସଙ୍କ ନାମ ସୁରଭି ଖାତୁନ। ଯିଏକି କୋଲକତାରେ ବସବାସ କରନ୍ତି।ପ୍ରକାଶିତ ରିପୋର୍ଟ ମୁତାବକ, ଗୁଲିନ୍ଦା ବିଭାଗରୁ ସୂଚନା ମିଳିବା ପରେ ଡିଆରଆଇ କନ୍ନୁର ଟିମ ବିମାନବନ୍ଦରରରେ ସୁରଭିଙ୍କ ଉପ‌ରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ଏୟାରହଷ୍ଟେସ ଜଣକ ମଳାଶୟରେ ସୁନା ଲୁଚାଇ ରଖିଥିବା ଜଣାପଡ଼ିଥିଲା।

ଏହାପରେ ତାଙ୍କୁ ଗିରଫ କରି ତାଙ୍କ ଠାରୁ ୯୬୦ଗ୍ରାମ ସୁନାକୁ ରାଜସ୍ବ ଗୁଇନ୍ଦା ବିଭାଗ ଜବତ କରିଥିଲା। ଏହାପରେ ସୁରଭିଙ୍କୁ କୋର୍ଟରେ ହାଜର କରି ପୁଲିସ ୧୪ଦିନ ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି। ଏଥିସହିତ ଏୟାରହଷ୍ଟେସ ଏହି ସୁନା ‌କେଉଁଠୁ ଆଣି କାହାକୁ ଦେବାକୁ ଯାଉଥି‌ଲେ। ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି। ଏୟାରହଷ୍ଟେସ ଜଣକ ଏହି ଚାଲାଣରେ କେତେଦିନ ହେଲା ସାମିଲ ଅଛନ୍ତି ଆଦି ଦିଗକୁ ନେଇ ପୁଲିସ ଯାଞ୍ଚ କରୁଛି।