ମହଙ୍ଗା ପଡ଼ିଲା ଯୁବତୀଙ୍କୁ କମେଣ୍ଟ ମାରିବା, ରସିକିଆଙ୍କୁ ଚପଲରେ ମାଡ଼ ଦେଲେ ଲୋକେ

ଚାରି ଜଣ ଯୁବତୀଙ୍କୁ କମେଣ୍ଟ ମାରିବା ପଡ଼ିଲା ମହଙ୍ଗା । ଯୁବକଙ୍କୁ ଚପଲରେ ସେକିବା ପରେ ପୋଲିସରେ ଦେଲେ ଜିମା । ଯୁବତୀ ମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ କମେଣ୍ଟ ମାରିବା ସମ୍ପୃକ୍ତ ଯୁବକ ୨ ଜଣଙ୍କୁ ଭାରି ମହଙ୍ଗା ପଡିଛି। ସୂଚନାମୁତାବକ ବାଲେଶ୍ବର ଜିଲ୍ଲା ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ଚକ ସରବଣୀ ଗ୍ରାମର ୪ ଜଣ ଯୁବତୀ ଗତ ମଙ୍ଗଳବାର ସନ୍ଧ୍ୟାରେ କମ୍ପ୍ୟୁଟର ଶିକ୍ଷା ପାଇଁ ଚନ୍ଦନେଶ୍ବର ସ୍ଥିତ ଏକ କମ୍ପ୍ଯୁଟର ସେଣ୍ଟରକୁ ଯାଉଥିଲେ । ୨ ଯୁବକ ସେମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ କମେଣ୍ଟ କରିଥିଲେ । ଏନେଇ ଯୁବତୀମାନେ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ଲୋକେ ୨ ଯୁବକଙ୍କୁ କାବୁ କରି ନିର୍ଧୁମ ଛେଚିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଶେଷରେ ଉଭୟଙ୍କୁ ପୋଲିସର ଜିମା ଦିଆଯାଇଛି ।