ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ସେବା ଯୋଜନା ର ସ୍ୱତନ୍ତ୍ର ଶିବିର ଉଦଯାପିତ
ଗଣିଆ (ବିଶ୍ୱରଞ୍ଜନ୍ ସେଠି) ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଗତ ମଙ୍ଗଳବାର ଠାରୁ ଗଣିଆ ବ୍ଳକସ୍ଥିତ ଆଂଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଏକ ସ୍ୱତନ୍ତ୍ର ୭ଦିନିଆ ସେବା ଶିବିର ଚାଲିଥିବାବେଳେ ରବିବାର ତାହା ଉଦଯାପିିତ ହୋଇଯାଇଛି । ଉଦଯାପନୀ ଦିବସରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସଂଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ଦଶପଲାସ୍ଥିତ ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଗୋପୀନାଥ ସାହୁ ଯୋଗ ଦାନକରିଥିବାବେଳେ ସମ୍ମାନିତ ଅତିଥିଭାବେ ଜାତୀୟ ସେବା ଯୋଜନା, ନୟାଗଡ଼ର ସଂଯୋଜକ ଚିତରଂଜନ ଦାସ ଓ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ପ୍ରଜ୍ଞା ପରମିତା ରଥ ଯୋଗଦାନ କରିଥିଲେ । ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସନ୍ତୋଷ କୁମାର ସାହୁ ଓ ଅଧ୍ୟାପିକା ତୃପ୍ତିମୟୀ ଦାଶ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଉକ୍ତ ଉତ୍ସବରେ ସେବାର ମହତ୍ୱ ତଥା ମଦର ଟେରେସା ଓ ମହାତ୍ମା ଗାନ୍ଧୀଙ୍କ ମହାନତା ଉପରେ ମୁଖ୍ୟ ଅତିଥି ଆଲୋକପାତ କରିଥିଲେ । ଗୋଷ୍ଠୀ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ବ୍ୱକ୍ତିତ୍ୱର ବିକାଶର ଲକ୍ଷ ନେଇ ଆରମ୍ଭ କରାଯାଇଥିବା ଏହତି ଯୋଜନାର ଆଦର୍ଶ ହେଉଛି ମୋ ପାଇଁ ନୁହେଁ ଆପଣଙ୍କ ପାଇଁ , ନିଜକୁ ବୁଝିବା ସହିତ ସେମାନଙ୍କ ସଂପର୍କକୁ ବୁଝିବା, ବିଭିନ୍ନ ସମସ୍ୟାକୁ ବୁଝି ତାର ସମାଧାନ କରିବା ଆଦି ଏହି କାର୍ଯ୍ରକ୍ରମର ମୂଳ ଲକ୍ଷ । ଉକ୍ତ ଶିବିରରେ ମହାବିଦ୍ୟାଳୟର ୫୦ରୁ ଉର୍ଦ୍ଧ୍ୱ ଛାତ୍ର ଯୋଗଦାନ କରିଥିବା ବେଳେ ୭ଦିନ ମଧ୍ୟରେ ବୃକ୍ଷ ରୋପଣ, ସଡ଼କ ସୁରକ୍ଷା, ଗାଁ କୁ ଗାଁ ବୁଲି ଅଳିଆ ଅବର୍ଜନା ସଫା କରିବା ସହିତ ପଥପ୍ରାନ୍ତ ନାଟକ ପରିବେଶଣ କରି ପରିବେଶ ସମ୍ପର୍କିତ ସଚେତନତା କରିବା ଆଦି କାର୍ଯ୍ୟ କରିଥିଲେ । ଉଦଯାପନୀ ଦିବସରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅନ୍ୟନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
