ମହାବିଦ୍ୟାଳୟରେ ୭ଦିନିଆ ଜାତୀୟ ସେବା ଯୋଜନା ଉଦଯାପିତ

ଗଣିଆ, (ବିଶ୍ୱରଂଜନ ସେଠି) ଏକ ସୁସ୍ଥ ସମୃଦ୍ଧ ଓ ସୁଦୃଢ ସମାଜ ଗଠନ ନିମନ୍ତେ ପ୍ରତିଟି ବିଦ୍ୟାର୍ଥୀ ପାଠ୍ୟ ପୁସ୍ତକରୁ ଶିକ୍ଷା ଗ୍ରହଣ କରିବା ସହ ତୃଣମୂଳ ସ୍ତରରେ କିପରି ସମାଜର ହିତପାଇଁ ଏହା ବିନିଯୋଗ ହୋଇପାରିବ ଏଥିପାଇଁ ତତ୍ପର ପ୍ରକାଶ କରିବା ଉଚିତ । ଯେଉଁଥି ପାଇଁ ଜାତୀୟ ସେବା ଯୋଜନା ହେଉଛି ପ୍ରକୃଷ୍ଠ ମାର୍ଗ । ଯାହାକୁ ନେଇ ରବିବାର ଦିନ ଗଣିଆ ବ୍ଳକର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଶ୍ରୀ ଶ୍ରୀ ରଘନାଥ ଜୀଉ ସ୍ନାତକ ମହାବିଦ୍ୟାଳୟରେ ୭ଦିନିଆ ଜାତୀୟ ସେବା ଯୋଜନା ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଜାତୀୟ ସେବା ଯୋଜନାର ନୟାଗଡ଼ ଜିଲା ସଂଯୋଜକ ଡାକ୍ତର ଚିତରଂଜନ ଦାଶ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ମହାବିଦ୍ୟାଳୟର ରାଜନୀତିବିଜ୍ଞାନର ମୁଖ୍ୟ ଅଖିଳ କୁମାର ହୋତା, ଇଂରାଜୀ ବିଭାର ଅଧ୍ୟାପକ ଶ୍ରୀୀକାନ୍ତ କୁମାର ଷଡ଼ଙ୍ଗୀ, ପୁରୁଷ ସଂଯୋଜକ ଭଗବାନ ପୃଷ୍ଟି ଓ ମହିଳା ସଂଯୋଜିକା ଶର୍ମିଳା ଦାଶ ମଂଚାସୀନ ଥିଲେ । ଜାତୀୟ ସେବା ଯୋଜନା ଉତ୍କଳ ବିଶ୍ୱ ବିଦ୍ୟାଳୟ ଓ ଶ୍ରୀ ଶ୍ରୀ ରଘୁନାଥ ଜୀଉ ସ୍ନାତକ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନର ମିଳିତ ସହଯୋଗରେ ୭ଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମହାବିଦ୍ୟାଳୟ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି ।ଏହି ଶିବିରରେ ଶିବିରାର୍ଥୀମାନେ ଗଣିଆସ୍ଥିତ ଅଧିକାରୀ ଆଇଟିଆଇ ଠାରୁ ଆରମ୍ଭ କରି ବାଦଭୁଇଁ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୩୦୦ରୁ ଉଦ୍ଧ୍ୱ୍‌ର୍ ଜାମୁ, ଆମ୍ବ, ଲିମ୍ବ, ବେଲ, ପଣସ, ଆଦି ଗଛ ରୋପଣ କରାଯିବାପାଇଁ ଲକ୍ଷ ରଖାଯାଇଛି । ଏଥି ସହିତ ବୃକ୍ଷ ରୋପଣ ସଚେତନତା ନିମନ୍ତେ ୧୦ରୁ ଅଧିକ ଗ୍ରାମ ବୁଲି ସଚେତନତା କରାଯାଉଛି । ଏପରିକି ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ତରଫରୁ ୨ଗୋଟି ସ୍ପିଡ ବ୍ରେକର ନୂତନଭାବେ ଗଣିଆ ଥାନା ଏସଆଇ ଶ୍ୟମସୁନ୍ଦର ପ୍ରଧାନ ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀମାନେ ବାଇକରେ ଅସୁଥିବା ଆରୋହୀମାନଙ୍କୁ ଅଟକାଇ ଗାଡ଼ି ସ୍ପିଡ ନଚଲାଇବା, ଗାଡ଼ି ଚଲାଇବା ସମୟରେ ହେଲମେଟ ପିନ୍ଧିବା ସହିତ ନିଶାଦ୍ରବ୍ୟ ସେବନ ନକରି ଗାଡ଼ି ଚଲାଇବାପାଇଁ କହି ଚକୋଲେଟ ଦେଇ ସଚେତନ କରିଥିଲେ ।

କାର ଓ ବସ ଡ୍ରାଇଭରମାନଙ୍କୁ ଗାଡ଼ି ଚଲାଇବା ସମୟରେ ସିଟ ବେଲଟ ପିନ୍ଧିବା ସହିତ ନିଶା ସେବନ କରି ଗାଡ଼ି ନଚଲାଇବାକୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ସହିତ କର୍ମଚାରୀମାନେ ସହଯୋଗ କରିଥିଲେ ।