ମହା ଶିବରାତ୍ରି ରେ ଏହି କାମ କରି ଗ୍ରହ ଦୋଷରୁ ମୁକ୍ତି ପାଆନ୍ତୁ

କର୍ମକ୍ଷେତ୍ରରେ ସଫଳତା ପାଇଁ ଶିବରାତ୍ରୀରେ ଶିବଲିଙ୍ଗରେ ଦୁବ ଘାସ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା କର୍ମକ୍ଷେତ୍ରରେ ସଫଳତା ମିଳିବା ସହ ଏଥିରେ ଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।ଜାତକରେ ଗ୍ରହଙ୍କ କୁପ୍ରଭାବ ପଡ଼ିବା ଦ୍ୱାରା ବ୍ୟକ୍ତିଙ୍କ ମାନସିକ ଅଶାନ୍ତି ଓ ଦୁଶ୍ଚିନ୍ତ। ବୃଦ୍ଧି ପାଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇଁ ଏହି ଦିନ ଶିବଲିଙ୍ଗରେ କ୍ଷୀର ଅର୍ପଣ କରନ୍ତୁ।

  • ନିଜର ମାନସମ୍ମାନ ବୃଦ୍ଧି ପାଇଁ ମହାଶିବରାତ୍ରୀରେ ଶିବଶିଙ୍ଗରେ ଚନ୍ଦନର ଲେପ ଲଗାଇବା ସହ ଜଳ ଅର୍ପଣ କରନ୍ତୁ।
  • ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହୁଥିଲେ ଏହିଦିନ ଶିବଲିଙ୍ଗରେ ଦୁଦୁରା ଫୁଲ ଅର୍ପଣ କରନ୍ତୁ।ବିବାହରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିଲେ, ଦାମ୍ପତ୍ୟ ଜୀବନରେ ଅଶାନ୍ତି ଲାଗି ରହୁଥିଲେ ମହାଶିବରାତ୍ରୀରେ ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରନ୍ତୁ।
  • ଶ୍ରଦ୍ଧା ଓ ଭକ୍ତିଭାବର ସହ ପୂଜା କଲେ ବହୁ ଶୁଭଫଳ ମିଳିବା ସହ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ।


ପ୍ରଭୁଙ୍କ ପୂଜାରେ ଏପରି କିଛି ବିଶେଷ ଦ୍ରବ୍ୟ ରହିଛି ବ୍ୟବହାର କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ।ଜଳ –‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରି ଜଳ ଅର୍ପଣ କରିବା ଦ୍ୱାରା ମନ ସର୍ବଦା ଶାନ୍ତ ରହିବା ସହ ମନରେ କରୁଣା ଭାବ ଜାଗ୍ରତ ହୋଇଥାଏ। କ୍ଷୀର –ପ୍ରଭୁ ଭୋଳାଶଙ୍କରଙ୍କୁ କ୍ଷୀରରେ ଅଭିଷେକ କରିବା ଦ୍ୱାରା ଖୁବ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ। କ୍ଷୀର ଅର୍ପଣ କରିବା ଦ୍ୱାରା ବ୍ୟକ୍ତି ସର୍ବଦା ସୁସ୍ଥ ଓ ରୋଗମୁକ୍ତ ରହିଥାଏ। ବିଷ୍ଣୁ ପୁରାଣ ଅନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ଭଗବାନ ଶିବ ବିଷ ପାନ କରିଥିବାରୁ କଣ୍ଠ ଓ ଶରୀର ନୀଳବର୍ଣ୍ଣ ପଡ଼ିଯାଇଥିଲା। ସେହି ସମୟରେ ସମସ୍ତ ଦେବାଦେବୀ ମାନେ ତାଙ୍କୁ କ୍ଷୀରରେ ଅଭିଷେକ କରିଥିଲେ। ଫଳରେ ତାଙ୍କର ଶରୀର ନୀଳବର୍ଣ୍ଣ ହୋଇ ରହିଲା ନାହିଁ। ସେହି ଦିନ ଠାରୁ ଭଗବାନ ଶିବଙ୍କୁ କ୍ଷୀର ଖୁବ ପ୍ରିୟ ବୋଲି ଶାସ୍ତ୍ରରେ କୁହାଯାଇଛି।ମହାଶିବ ରାତ୍ରୀରେ ଭଗବାନ ଶିବଙ୍କ ନିକଟରେ ଚିନି ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଘରେ ସର୍ବଦା ଶାନ୍ତିର ଓ ବୈଭବ ରହିଥାଏ।ଲାଲ ରଙ୍ଗର କେଶର ଭଗବାନ ଶିବଙ୍କୁ ଅର୍ପଣ କରିବା ଦ୍ୱାରା ମାଙ୍ଗଳିକ ଦୋଷ ଦୂର ହୋଇଥାଏ। କର୍ମକ୍ଷେତ୍ରରେ ମଧ୍ୟ ଶୁଭଫଳ ପ୍ରାପ୍ତି ହୋଇଥାଏ।ପ୍ରଭୁ ଭୋଳାଶଙ୍କରଙ୍କୁ ଦହି ଅର୍ପଣ କରିବା ଦ୍ୱାରା ଜୀବନରେ ଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।