ମହିଳାଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ, ‘ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ’
ଗଣିଆ -( ବିଶ୍ୱରଂଜନ ସେଠି) ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେବାକୁ ଯାଇ ସାରା ରାଜ୍ୟରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ୬ ପ୍ରକାରର ସ୍କ୍ରିନିଂ କରାଯାଉଛି । ରାଜ୍ୟରେ ସମସ୍ତ ବୟସ ବର୍ଗର ମହିଳା ଏବଂ ବାଳିକାମାନଙ୍କ ପାଇଁ ଶୁଭାରମ୍ଭ “ସୁସ୍ଥ ନାରୀ, ସଶକ୍ତ ପରିବାର” ଅଭିଯାନ । ଏହି ଅଭିଯାନରେ ବ୍ୟାପକ ସ୍କ୍ରିନିଂ, ପୁଷ୍ଟିସାର ଏବଂ ସ୍ବାସ୍ଥ୍ୟ ସେବା ଉପରେ ଧ୍ୟାନ ଦିଆଯାଉଛି । ଏଇ ଅବସରରେ ଗଣିଆ ଗୋଷ୍ଠୀ ସ୍ଵାଥ୍ୟକେନ୍ଦ୍ରରେ ଡାକ୍ତର ମଧୁସୂଦନ ଦାସଙ୍କ ତତ୍ଵାବଧାନରେ ଡାକ୍ତର ସୁଶ୍ରୀ ମନୀଷା ପଟ୍ଟନାୟକ, ଡାକ୍ତର ସୁଶ୍ରୀ ପ୍ରଭାତୀ ପ୍ରିୟଦର୍ଶିନୀ ଉପସ୍ଥିତ ରହି ସମସ୍ତ ରୋଗୀମାନଙ୍କର ସ୍ଵାଥ୍ୟ ପରୀକ୍ଷା କରିବା ସହିତ ବିଭିନ୍ନ ପ୍ରକାର ରୋଗର ସ୍କିଙ୍ଗି କରିଥିଲେ ।

ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ମହିଳାମାନଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକୁ ପ୍ରୋତ୍ସାହିତ କରିବା । ଏହା ସହିତ ମହିଳା ଏବଂ ବାଳିକାମାନଙ୍କର ସାମଗ୍ରିକ ବିକାଶ ପ୍ରତି ଧ୍ୟାନ ଦେବା । । ଏଥିରେ ପୁଷ୍ଟିକର ଖାଦ୍ୟ ସମ୍ବନ୍ଧିତ ପରାମର୍ଶ, ଋତୁସ୍ରାବ ସ୍ୱଚ୍ଛତା ସଚେତନତା, ତେଲ ଏବଂ ଚିନି ସେବନ ହ୍ରାସ, ମେଦ ବହୁଳତା ରୋକିବା, ଖାଦ୍ୟ ବିବିଧତା ଏବଂ ଲୌହଯୁକ୍ତ ଖାଦ୍ୟ ଗ୍ରହଣ ପାଇଁ ଉତ୍ସାହିତ କରିବା ଉପରେ ଧ୍ୟାନ ଦିଆଯାଉଛି । ମହିଳା ହିତାଧିକାରୀ ଏବଂ କିଶୋରୀମାନଙ୍କ ଉଚ୍ଚ ରକ୍ତଚାପ, ମଧୁମେହ, ମୁଖ, ସ୍ତନ ଏବଂ ଗର୍ଭାଶୟ କର୍କଟ, ରକ୍ତହୀନତା, ଟିବି, ସିକିଲସେଲ୍ ରୋଗ, ମାତୃ ସ୍ୱାସ୍ଥ୍ୟ ଏବଂ ଏନସିଡି ପାଇଁ ସ୍କ୍ରିନିଂ କରିବା ପାଇଁ ଏକ ମହତ୍ତ୍ବାକାଂକ୍ଷୀ ଲକ୍ଷ୍ୟ ରଖାଯାଇଛି । । ଏହି ଅଭିଯାନ ସମୟରେ ସମସ୍ତ ଗର୍ଭବତୀ ମହିଳାଙ୍କ ପାଇଁ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସବ ପୂର୍ବ ପରୀକ୍ଷା କରାଯିବା ସହିତ ଟୀକାକରଣ ହୋଇନଥିବା ଝିଅମାନଙ୍କୁ ନିୟମିତ ଟିକାକରଣରେ ଅନ୍ତର୍ଭୁକ୍ତ କରାଯାଇଛି । ରକ୍ତହୀନତାଗ୍ରସ୍ତ ମହିଳା ଏବଂ ଝିଅମାନେ ମାଗଣା ଚିକିତ୍ସା ଦିଆଯାଇଥିଲା । ଏହା ଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଟ୍ରାକିଂ କରିବାରେ ସୁବିଧା ହେଉଛି ବୋଲି କହିଛନ୍ତି ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟଅଧିକାରୀ ମଧୁସୂଦନ ଦାଶ ।
ଏଇ ସ୍ଵାଥ୍ୟ ଶିବିର ୧୭ ତାରିଖରୁ ଆରମ୍ଭ ହୋଇ ଏଇ ମାସ ଶେଷ ପଯ୍ୟନ୍ତ ଚାଲିବାକୁ ଥିବାବେଳେ ୨୧ ତାରିଖ ରବିବାର ଦିନ ଏକ ମେଘା ସ୍ଵାଥ୍ୟ ଶିବିର ଅନୁଷ୍ଠିତ ହେବ । ଏଥିରେ ସର୍ଜରୀ ବିଭାଗର ଡାକ୍ତର ଲୋଚନ କୁମାର କଟ୍ଟା ଓ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ନବଘନ ସାହୁ ଯୋଗଦେବେ । ତେଣୁ ୨୧ ତାରିଖରେ ବହୁ ସଂଖ୍ୟାରେ ଯୋଗଦେବାକୁ ଡାକ୍ତର ମଧୁସୂଦନ ଦାସ ସୂଚନା ପ୍ରଦାନ କରିଛନ୍ତି । ଆସିଲାବେଳେ ସମସ୍ତେ ନିଜ ନିଜର ଆଧାର କାର୍ଡ ଧରିକି ଆସିବା ନିତ୍ୟାନ୍ତ ଜରୁରୀ ।
