ମହିଳା ବିଶ୍ୱକପ୍ ୨୦୨୫ରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ହାତ ମିଳାଇବାକୁ ନେଇ ମୁହଁ ଖୋଲିଲା BCCI

ମହିଳା ବିଶ୍ୱକପ୍ ୨୦୨୫ କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହିଳା ବିଶ୍ୱକପ୍ ମ୍ୟାଚ୍‌ରେ ହାତ ମିଳାଇବ କି ନାହିଁ ସେ ବିଷୟରେ ନୀରବତା ଭାଙ୍ଗିଛନ୍ତି BCCI ସଚିବ ଦେବଜିତ ସାଇକିଆ । BCCI ସଚିବ ଦେବଜିତ ସାଇକିଆ ବିବିସି ଷ୍ଟମ୍ପଡକୁ କହିଛନ୍ତି ଯେ, ସେ ପୂର୍ବରୁ କୌଣସି ପୂର୍ବାନୁମାନ କରିପାରିବେ ନାହିଁ । ତଥାପି ସେ ଆଶ୍ବାସନା ଦେଇଛନ୍ତି । କିନ୍ତୁ ଭାରତ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ହାତ ମିଳାଇବାକୁ ଆଶା ନ କରିବାକୁ ମଧ୍ୟ କହିଛନ୍ତି । ଏବେ ସମସ୍ତଙ୍କ ନଜର ମହିଳା ବିଶ୍ୱକପ୍ ଉପରେ ରହିଛି । ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ଆଗାମୀ ମ୍ୟାଚରେ କ’ଣ ହେବ ତାହା ଦେଖିବାକୁ ବାକି ରହିଲା ।ସୂଚନାନୁଯାୟୀ, BCCIର ସଚିବ ଦେବଜିତ ସାଇକିଆ ଏନେଇ କୌଣସି ପ୍ରତିଶ୍ରୁତି ଦେଇନଥିଲେ । ରବିବାର ଦିନ ହେବାକୁ ଥିବା ମହିଳା ବିଶ୍ୱକପ୍ ୨୦୨୫ ମୁକାବିଲାରେ ଭାରତ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଶାଇବ କି ନାହିଁ ସେ ସେମ୍ପର୍କରେ ଚୁପ୍ ରହିଥିଲେ । ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମ୍ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ନ ମିଶାଇବାରୁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଅପରେସନ ସିନ୍ଦୂର ପରେ ଉଭୟ ଦୋ ମଧ୍ୟରେ ପ୍ରଥମ ସାକ୍ଷାତ ଥିଲା । ପହଲଗାମ ଆକ୍ରମଣ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ଭାରତ ବିରୋଧୀ ଶିବିର ସହିତ ହାତ ମିଳାଇବାକୁ ମନା କରିଦେଇଥିଲା । ଯାହା ଦ୍ବାରା ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ନିକଟରେ ଅଭିଯୋଗ କରିଥିଲା । ମ୍ୟାଚ୍ ପରେ ହାତ ମିଳାଇବା ବାଧ୍ୟତାମୂଳକ ନଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ।