ମହୁ ଚାଷ ପ୍ରଶିକ୍ଷଣ ଶିବିର ସ୍ଥାୟୀ ରୋଜଗାର ଓ ପ୍ରକୃତି କୁ ସୁରକ୍ଷା ଦେବ ମହୁ ଚାଷ।
ଗଣିଆ -( ବିଶ୍ୱରଂଜନ ସେଠି) ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ଉଦ୍ୟାନ କୃଷି ବିଭାଗ ଆନୁକୂଲ୍ୟରେ ବଡ଼ମୂଳ ସାତକୋଶିଆ ସ୍ୟାଣ୍ଡରିଶୋର୍ଟ ପରିସରରେ ସୋମବାର ମହୁ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଲୋକମାନେ ଘର କାର୍ଯ୍ୟ କରିବା ସହ ମହୁ ଚାଷ କରି କିଭଳି ଆତ୍ମ ନିର୍ଭରଶିଳ ହୋଇପାରିବେ ସେ ନେଇ ତାଲିମ ପ୍ରଦାନ କରିଥିଲେ ।କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ଉଦ୍ୟମରେ ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଚାଷୀ ମାନେ କିଭଳି ଅଧିକରୁ ଅଧିକ ମହୁ ଚାଷ କରିବା ସହ ଅଏଲ ପାମ (ତାଳ ତେଲ) ଚାଷ କରି ରୋଜଗାରକ୍ଷମ ହୋଇପାରିବେ ଏହି କାର୍ଯ୍ୟକ୍ରମର ମୂଖ୍ୟ ଲକ୍ଷ୍ୟ ବୋଲି କନ୍ଧମାଳ ସାଂସଦଙ୍କ ନୟାଗଡ଼ ଜିଲ୍ଲା ପ୍ରତିନିଧି ଅନ୍ତର୍ଯ୍ୟାମୀ ମିଶ୍ର ସୂଚନା ଦେଇଥିଲେ। ମହୁ ଚାଷ ଦ୍ବାରା ଚାଷୀ ମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ରେ କିଭଳି ଲାଭବାନ ହୋଇଥାନ୍ତି ଏବଂ ଚାଷୀ ମାନେ ମହୁ ଚାଷ କରି ସ୍ଥାୟୀ ରୋଜଗାର କରିବା ସହ ପରାଗ ସଙ୍ଗମ ଯୋଗୁଁ ଅଧିକ ରୁ ଅଧିକ ଚାଷ ସହ ମହୁ ଉତ୍ପାଦନ କିଭଳି ହୋଇଥାଏ ନେକ୍ଟର ଓଡ଼ିଶା ଫାଉଣ୍ଡେସନ ର ଦେବବ୍ରତ ସାହୁ ବୁଝାଇବା ସହିତ ମହୁ ଚାଷ ବାକ୍ସ ଖୋଲି ପ୍ରଶିକ୍ଷଣ ଦେଇଥିଲେ। ଉଦ୍ୟାନ କୃଷି ବିଭାଗ ର ବିଭିନ୍ନ ସରକାରୀ ଯୋଜନା ଉପରେ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଲଳିତ କୁମାର ପଣ୍ଡା ଏବଂ ବୈଦେହି ପାମ୍ ର ଫାଉଣ୍ଡର ଆଶୁତୋଷ ମୁଖାର୍ଜୀ ଅଏଲ୍ ପାମ୍ ଚାଷ ପ୍ରଣାଳୀ ସମ୍ପର୍କରେ ବୁଝାଇ ଥିଲେ। ମହାନଦୀ ବନ୍ୟଜିବ ବନଖଣ୍ଡ ର ସହକାରୀ ବନ ସଂରକ୍ଷକ ଦେବୀ ରାଉତ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିର ରେ ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ଭୁତିଆ ଙ୍କ ସମେତ ଏକ ଶହ ରୁ ଅଧିକ ବନ କର୍ମଚାରୀ , ସ୍ବେଚ୍ଛାସେବୀ ଓ ଚାଷୀ ଯୋଗ ଦେଇଥିଲେ।
